logo
add image
ଟ୍ରାକ୍ଟରଓଲଟି ଜଣେଶ୍ରମିକ ମୃତ ଓ ଜଣେ ଗୁରୁତର l

ଟ୍ରାକ୍ଟରଓଲଟି ଜଣେଶ୍ରମିକ ମୃତ ଓ ଜଣେ ଗୁରୁତର l

ବଲାଣି/୨୨/୫/୨୦୨୫/(ଆଧାର ମିଡ଼ିଆ//ରାଜେନ୍ଦ୍ର ନନ୍ଦ)-କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ରାଜୀବ ବିହାରରେ ଗୁରୁବାର ଦିନ ଏକ ସିମେଣ୍ଟ ପିଲର ବୋଝେଇ ଟ୍ରାକ୍ଟର ଓଲଟି ପଡ଼ିଜଣେ ଶ୍ରମିକ ମୃତ୍ୟୁ ହୋଇଥିବାବେଳେ ଜଣେ ଶ୍ରମିକ ଗୁରୁତର ଅବସ୍ଥାରେ ଉଧାର କରାଯାଇଛି. ଘଟଣାରୁ ପ୍ରକାଶ ଯେ ଟ୍ରାକ୍ଟର କିଛି ସିମେଣ୍ଟ ପିଲର ନେଇ ଯାଉଥିବା ସମୟରେ ନିଜର ଭାରସାମ୍ୟ ହରାଇ ଓଲଟି ପଡିଥିଲା.ଉକ୍ତ ଟ୍ରାକ୍ଟରରେ ବସିଥିବା ୨ଜଣ ଶ୍ରମିକଙ୍କ ମଧ୍ୟରୁ ଜଣେ ଶ୍ରମିକ ଉପରେ ସିମେଣ୍ଟ ପିଲର  ଗୁଡିକ ପଡିଯିବାଦ୍ୱାରା ତଳେ ଚାପିହୋଇ ଘଟଣା ସ୍ଥଳେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ଶ୍ରମିକର ଅବସ୍ଥା ଗୁରୁତର ହୋଇ ଥିବାର ଜଣାପଡିଛି l ଗୁରୁତର ଶ୍ରମିକର ଦୁଇଟି ଗୋଡ଼ ଭାଙ୍ଗି ଯାଇଥିବାର ଜଣାପଡ଼ିଛି l ମୃତ୍ୟୁବରଣ କରିଥିବା ଶ୍ରମିକ ଜଣକ ବଡବିଲ ନିବାସୀ (ରାଜା ହେମ୍ବ୍ରମ) ଓ ଗୁରୁତର ଅବସ୍ଥାରେ ଥିବା ଶ୍ରମିକ ଜଣକ ସଞ୍ଜୟ ତିର୍କୀ ବୋଲି ଜଣାପଡିଛି l ଗୁରୁତର ଶ୍ରମିକ କୁ ଚିକିତ୍ସା ପାଇଁ ବଡ଼ବିଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି  l ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ଏବଂ ପରବର୍ତ୍ତୀ କାର୍ଯ୍ୟ ଆରମ୍ଭ କରିଥିଲେ l

Recent Comments

Leave Comments

Top