logo
add image
ଗୁରୁକୂଳ ଓ ଅରବିନ୍ଦ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ କୃତିତ୍ୱ

ଗୁରୁକୂଳ ଓ ଅରବିନ୍ଦ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ କୃତିତ୍ୱ

ଗୁଣୁପୁର/ରାୟଗଡା/୨୨/୦୫/୨୦୨୫/(ଆଧାର ମିଡ଼ିଆ)-ଗତକାଲି ପ୍ରକାଶିତ ଯୁକ୍ତ ୨ ବାଣିଜ୍ୟ ଫଳାଫଳରେ ବି .ଅରବିନ୍ଦ ୫୫୪ /୬୦୦(92.33%) ନମ୍ବର ରଖି ଅବିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ବିଜ୍ଞାନ ଫଳାଫଳ ରେ ମହର୍ଷି ଗୁରୁକୂଳର ଛାତ୍ରଛାତ୍ରୀ ମାନେ ପୂର୍ବବର୍ଷ ପରି ସଫଳତା ଦୋହରାଇଛନ୍ତି। ଅନୁଷ୍ଠାନରୁ ଜିଲ୍ଲାରେ ତିନିଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖି  ଜିଲ୍ଲାରେ ଅନୁଷ୍ଠାନର ଟେକ ବଜାୟ ରଖିଛନ୍ତି ।ରାୟଗଡା ଜିଲ୍ଲାରେ ସର୍ବମୋଟ ୫ଜଣ ୯୦%ରୁ ୩ଜଣ ଛାତ୍ରଛାତ୍ରୀ ମହର୍ଷି ଗୁରୁକୂଳର। ଛାତ୍ରଛାତ୍ରୀଙ୍କ ଏହି କୃତିତ୍ୱ ପାଇଁ ଅନୁଷ୍ଠାନର ଅଧ୍ୟକ୍ଷ ସନ୍ତୋଷ କୁମାର ଗୁରୁ, ସମ୍ପାଦକ ରାଜେଶ କୁମାର ପଣ୍ଡା, ନିର୍ଦେଶକ ଲୋକନାଥ ମିଶ୍ର, ଡିନ ପ୍ରିୟବ୍ରତ ବିଷୋୟୀ,ପ୍ରିନ୍ସପାଲ ରାମ ରଥ ଓ ସମସ୍ତ ଅଧ୍ୟାପକ ଅଧ୍ୟାପିକା କୃତିତ୍ୱ ଛାତ୍ରଛାତ୍ରୀଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Recent Comments

Leave Comments

Top