logo
add image
ଛୁରାମାଡ ଘଟଣାରେ ୩ ଜଣ ଗିରଫ

ଛୁରାମାଡ ଘଟଣାରେ ୩ ଜଣ ଗିରଫ

ପାଇକମାଳ,/ବରଗଡ/ ୨୨ /୦୫ /୨୫/(ଆଧାର ମିଡ଼ିଆ//ରିପୋର୍ଟ-ବିଦ୍ୟାଧର ସାହୁ)-ପାଇକମାଳ କଲୋନୀପଡା ପଡା ନିକଟସ୍ଥ କେନାଲ ରାସ୍ତାରେ ଜନୈକ ଯୁବକକୁ ଛୁରା ଓ ଖଣ୍ତାମାଡ ଘଟଣାରେ ପାଇକମାଳ ପୁଲିସ ୩ ଜଣଙ୍କୁ ଗିରଫ କରି ପଦ୍ମପୁର କୋଟକୁ ପଠାଇଛି ।ଆଜି ଅପରାହ୍ନରେ ସମ୍ବଲପୁର ସାଇଣ୍ଟିଫିକ ଟିମର ବିଜୟଲକ୍ଷ୍ମୀ ତିର୍କୀ ଓ ତାଙ୍କସହ ପାଇକମାଳ ଥାନା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ ଘଟଣା ସ୍ଥଳେ ପହଞ୍ଚି ୨ଟି ଖଣ୍ତା ଓ ଗୋଟିଏ ଗାମୁଛା ଓ ରକ୍ତ ସାମ୍ପୁଲ ଜବତ କରିଥିଲେ  । ଏନେଇ ପାଇକମାଳ ଥାନା କେସ ନଂ ୧୧୦  ତା୨୦/୨୫ ଦଫା ୧୨୬ (୨) ୧୧୫ (୨) ୧୧୮(୧) (୨) ୧୦୯ (୧) ୩ (୫) ୨୫/୨୭ ଆର୍ମ ଆକ୍ଟ ବିଏନଏସରେ ଅଭିଯୁକ୍ତ ପାଇକମାଳର ଦିନେଶ ରାଓ (୩୦)  ପଦ୍ମନାଭ ଚାନ୍ଦ (୨୦) ସାଲେପାଲିର ଜନ୍ତୁ/ ନିଲୁ ତାଣ୍ତି (୨୦)ଙ୍କୁ ବୁଧବାର ଗିରଫ କରାଯାଇ ପଦ୍ମପୁର କୋଟକୁ ଚାଲଣ କରାଯାଇଛି ।
ପ୍ରକାଶ ଥାଉକି ମଙ୍ଗଳବାର ୭ଟା ୩୦ ମିନିଟ ସମୟରେ କଲୋନୀପଡା ନିକଟସ୍ଥ କେନାଲ ରାସ୍ତାରେ  କୋକନରା ଗ୍ରାମର ସୋନୁବାରିକ (୩୦)କୁ ପୂର୍ବ ଶତ୍ରୁତାକୁ ନେଇ କେତେଜଣ ଦୃର୍ବୁତ୍ତମାନେ ରକ୍ତାକ୍ତ ଅବସ୍ତାରେ ରାସ୍ତା କଡରେ ଥିବା ଶୁଖା କେନାଲରେ ପକାଇ ଦେଇଥିଲେ । ସେ ଗୁରୁତର ଅବସ୍ଥାରେ ପଡିଥିବା ଖବର ପରିବାର ଲୋକେ ପାଇବା ପରେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳେ ପହଞ୍ଚି ପାଇକମାଳ ସରକାରୀ ଚିକିତ୍ସାଳୟକୁ ଆଣିଥିଲେ । ସେଠାରୁ ପଦ୍ମପୁର ଓ ପରେ ବୁର୍ଲାକୁ ସ୍ଥାନାତରିତ କରାଯାଇଛି । ତାର ସ୍ବାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ଉନ୍ନତି ହୋଇଥିବାର ଜଣାପଡିଛି ।

 

Recent Comments

Leave Comments

Top