କଣିହାଁ/୨୨/0୫/୨0୨୫/(ଆଧାର ମିଡ଼ିଆ //ରିପୋର୍ଟ ଟୁନା ସାହୁ)-ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଏନଟିପିସି ଦ୍ୱାରା କ୍ଷତିଗ୍ରସ୍ତ ମସୁଣିହତା ଗ୍ରାମବାସି ଗୁରୁବାର ଆସପଣ୍ଡ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି।ଏନଟିପିସି ପ୍ରକଳ୍ପରେ ମେଣ୍ଟେନାନ୍ସ ନିଯୁକ୍ତି, ୧୮ ବର୍ଷରୁ ଉର୍ଦ୍ଧ୍ବ ଯୋଗ୍ୟବିବେଚିତ ପରିବାର ବର୍ଗଙ୍କୁ ପ୍ୟାକେଜ ଆଦି ଦୁଇଦଫା ଦାବିରେ ଆଜି ସକାଳ ୧୦ଟାରୁ ମସୁଣିହତା ଛକ ସିଭିଲ କୁଡିଆ ଠାରେ ଏହି ଆନ୍ଦୋଳନ ଚାଲିଛି।
ଗ୍ରାମ୍ୟ କମିଟି ସଭାପତି ରଞ୍ଜନ କୁମାର ପାଣିଙ୍କ ନେତୃତ୍ୱରେ ଆନ୍ଦୋଳନ ଚାଲିଛି। ଆନ୍ଦୋଳନ ଯୋଗୁ ଏନଟିପିସି ଷ୍ଟେଜ୍-୧ ଆସପଣ୍ଡ କାର୍ଯ୍ୟ ସମ୍ପୁର୍ଣ୍ଣ ଠପ୍ ହୋଇଛି। ଆନ୍ଦୋଳନ କାରୀଙ୍କ ଅଭିଯୋଗ ମୁତାବକ ଏନଟିପିସି ଆସପଣ୍ଡ ପାଇଁ ପୁରୁଷାନୁକ୍ରମେ ଥିବା ଭିଟାମାଟିକୁ ଶାଗମାଛ ଦରରେ ଏନଟିପିସି ପ୍ରକଳ୍ପକୁ ଟେକିଦେଇ ହୀନସ୍ତା ଭୋଗୁଛୁ। ଉପରୋକ୍ତ ଦୁଇଦଫା ନ୍ୟାର୍ଯ୍ୟଦାବୀ ହାସଲ ପାଇଁ ବହୁବାର ଆନ୍ଦୋଳନ ହୋଇଛି। ଏନଟିପିସି ପକ୍ଷରୁ ସମାଧାନର ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନଥାଏ।
ଏନେଇ ଗତ ମାର୍ଚ୍ଚ ୨୮ତାରିଖରେ ତାଳଚେର ଉପଜିଲ୍ଲାପାଳଙ୍କ ଅଧକ୍ଷତାରେ ଏକ ତ୍ରିପାକ୍ଷିକ ସମାଧନୀ ବୈଠକ ବସିଥିଲା।ଉକ୍ତ ବୈଠକ ଠାରୁ ୧୫ ଦିନ ମଧ୍ୟରେ କ୍ଷତିଗ୍ରସ୍ତ ପ୍ରଜାଙ୍କ ସମସ୍ୟା ସମାଧାନ ନେଇ ଏନଟିପିସି କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ହୋଇଥିଲେ ସୁଧା ଆଜିପର୍ଯ୍ୟନ୍ତ କୌଣସି ସୁଫଳ ନମିଳିବା ଫଳରେ ବାଧ୍ୟ ହୋଇ ଆନ୍ଦୋଳନ କୁ ଓହ୍ଲାଇଲୁ ବୋଲି କ୍ଷତିଗ୍ରସ୍ତ ପ୍ରଜା କହିଛନ୍ତି। ଆନ୍ଦୋଳନ ସ୍ଥଳରେ ଏନଟିପିସି ବରିଷ୍ଠ ଅଧିକାରୀ, ସ୍ଥାନୀୟ ପୋଲିସ ପ୍ରଶାସନ ପହଁଚି ବୁଝାସୁଝା କରିଥିଲେ ମଧ୍ୟ କୌଣସି ପ୍ରଭାବ ପଡିନଥିଲା।
ଉପଜିଲ୍ଲାପାଳଙ୍କ ନିଯୁକ୍ତି ନିଦେଶକୁ ବେଖାତିରି କରି ଏନଟିପିସି କତୃପକ୍ଷ ଧାରଣା ସ୍ଥଳରେ କହିଥିଲେ ତମ ବିଧାୟକ କହିଦେଲେ ଉପଜିଲ୍ଲାପାଳ ଲେଖିଦେଲେ,ଆମେ ସେକଥାକୁ ମାନିବୁନାହିଁ ବୋଲି କହିଥିଲେ, ଅନ୍ୟପକ୍ଷରେ ଗ୍ରାମବାସୀଙ୍କୁ ଆନ୍ଦୋଳନ ବନ୍ଦ ନକଲେ କ୍ଷତିଗ୍ରସ୍ତଙ୍କ ବିରୋଧରେ ଆଇନର ଆଶ୍ରୟ ନେବାକୁ ଏନଟିପିସି ଅଧିକାରୀ ଧାରଣା ସ୍ଥଳରେ ଧମକ ଦେବାନେଇ ଗୁରୁତର ଅଭିଯୋଗ କରିଛନ୍ତି।
ଏନେଇ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧିପାଇଛି।ଏନେଇ ଏନଟିପିସିର ଶ୍ରୀ କୁମାରଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ବଭ ହୋଇନଥିଲା.ଏନଟିପିସି ନିରୀହ ଗରିବ ପ୍ରଜାଙ୍କ ନ୍ୟାର୍ଯ୍ୟ ଦାବୀକୁ ସମାଧାନ ନକରି ଧମକ ଦେଉଥିବାରୁ ଧାରଣା ସ୍ଥଳରେ ଗ୍ରାମ ବାସିଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା lଗ୍ରାମ୍ୟ କମିଟି ସମ୍ପାଦକ ବାଳକୃଷ୍ଣ ସାହୁ,ବାଲିଆ ପ୍ରଧାନ, କାହ୍ନା ପ୍ରଧାନ, ଲମ୍ବୋଦର ବେହେରା, ରବିଚନ୍ଦ୍ର ପାଣି, ସନୁ ବେହେରା, ବଂଶୀ ବେହେରା, ପୁରନ୍ଦର ସାହୁ, ପ୍ରଦ୍ୟୁମ୍ନ କୁମାର ସାହୁ, ଇନ୍ଦ୍ରମଣୀ ସାହୁ, ଦୁର୍ଯ୍ୟୋଧନ ସାହୁ, ଗୌରୀ ବେହେରା, କନ୍ଦର୍ପ ପ୍ରଧାନ, ପର୍ଶୁରାମ ପ୍ରଧାନ ପ୍ରମୁଖ ସାମିଲ ଥିଲେ।
Recent Comments