logo
add image
ଯୁକ୍ତ ୨ବିଜ୍ଞାନରେ ଜେନିଥ ଛାତ୍ରଛାତ୍ରୀଙ୍କ ବାଜିମାତ:

ଯୁକ୍ତ ୨ବିଜ୍ଞାନରେ ଜେନିଥ ଛାତ୍ରଛାତ୍ରୀଙ୍କ ବାଜିମାତ:

ପଦ୍ମପୁର/୨୩/୫/୨୦୨୫/(ଆଧାର ମିଡିଆ//ଡିଲେଶ୍ୱର ବାଗ): ଯୁକ୍ତ ୨ ପରୀକ୍ଷାରେ କ୍ରମାଗତ ଭାବରେ ଶତ ପ୍ରତିଶତ ସଫଳତା ପାଇଁ ପଦ୍ମପୁର ଝାଙ୍କରପାଲି ସ୍ଥିତ ଜେନିଥ +୨ ସାଇନ୍ସ ମହାବିଦ୍ୟାଳୟ ପଶ୍ଚିମ ଓଡିଶାର ଶିକ୍ଷାକ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ରଖିଆସିଛି l ଚଳିତବର୍ଷ ମଧ୍ୟ ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି l ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରିତା ଜାଲ ୯୩%, ଅଂଶୁମାନ ସାହୁ ୯୨ %,ରଶ୍ମିରଂଜନ ରଣା ୯୧ % ଓ ନନ୍ଦିନୀ ପଟେଲ ୯୦% ମାର୍କ ରଖି ଟପ୍ପର ହୋଇଛନ୍ତି l ୫୦ % ଛାତ୍ରଛାତ୍ରୀ ୮୦%ରୁ ଉର୍ଦ୍ଧ ମାର୍କ ରଖିଛନ୍ତି ଏବଂ ୯୭ % ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇ ଅନୁଷ୍ଠାନକୁ ଗୌରବାନ୍ବିତ  କରିଛନ୍ତି l ଜେନିଥ ଅନୁଷ୍ଠାନ ପରିଚାଳନା ସମିତିର ସମସ୍ତ କର୍ମକର୍ତା, ଅଧ୍ୟକ୍ଷ, ଶିକ୍ଷକ,ଶିକ୍ଷୟିତ୍ରୀ,ତଥା ଅଭିଭାବକ ଛାତ୍ରଛାତ୍ରୀ ମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି l

Recent Comments

Leave Comments

Top