logo
add image
ନୃସିଂହନାଥରେ ରାଜବୋଡାସମ୍ବର ସ୍ତରୀୟ ଗୋଁଣ୍ଡ ସମାଜ ସାଧାରଣ ବୈଠକ

ନୃସିଂହନାଥରେ ରାଜବୋଡାସମ୍ବର ସ୍ତରୀୟ ଗୋଁଣ୍ଡ ସମାଜ ସାଧାରଣ ବୈଠକ

ପାଇକମାଳ/ବରଗଡ/୨୫ /୦୫ /୨୫/ (ଆଧାର ମିଡ଼ିଆ//ରିପୋର୍ଟ-ବିଦ୍ୟାଧର ସାହୁ)-ବରଗଡ ଜିଲ୍ଲା ପାଇକମାଳ ବ୍ଳକ ଶ୍ରୀ ଶ୍ରୀ ନୃସିଂହନାଥ ସ୍ଥିତ ବୁଢ଼ାଦେଓ ମଣ୍ଡପଠାରେ ବ୍ଲକ ସଭାପତି ଗଜରାଜ ସିଂ ପୁଟାଙ୍କ ସଭାପତିତ୍ୱରେ ରାଜବୋଡାସମ୍ବର ସ୍ତରୀୟ ଗୋଁଣ୍ଡ ସମାଜର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି  । ଏହି ବୈଠକରେ ସମାଜର ବିଭିନ୍ନ ପଦ ପଦାଧିକାରିଗଣ ଯୋଗଦେଇ ସମାଜର ବିଭିନ୍ନ ସମସ୍ୟା,ଶିକ୍ଷା, ସ୍ବାସ୍ଥ୍ୟ ସଂସ୍କୃତିର ଉନ୍ନତି ବିଷୟରେ ଆଲୋଚନା ହୋଇ ଥିଲେ l ବୁଢ଼ା ଦେଓ ମନ୍ଦିର କାମ ଅଧାହୋଇ ପଡ଼ିରହିଛି ତାହା କିପରି ସମ୍ପୂର୍ଣ ହୋଇପରିବ ସହଯାତ୍ରୀ ମାନଙ୍କ ପାଇଁ ଏକ ଶୌଚାଳୟ ନିର୍ମାଣ କରିବା ନେଇ ଆଲୋଚନା ହୋଇଥିଲା l ଏଥିରେ ସମାଜ ବରିଷ୍ଟ କାର୍ଯ୍ୟ କର୍ତ୍ତା କ୍ଷିତରାଜ ଗଏଁତା, ରୂପଧର ନାଏକ, ବସନ୍ତ ଧରୁଆ, ନରସିଂହ ଧରୁଆ, ଜଗଦେବ ଧରୁଆ, ଦେବେନ୍ଦ୍ର ପୁଟା, ଉପିନ ଧରୁଆ, ସୌକିଲାଲ ଧରୁଆ, ଲଳିତ ଧରୁଆ, ଅମୃତ ବାଗ, ସନ୍ତୋଷ ପୁଝାରୀ ଆଦି ଯୋଗଦାନ କରି ଥିଲେ l ସମାଜର କାର୍ଯ୍ୟକଳାପକୁ ପଚାର ପ୍ରସାର ପାଇଁ ସାମ୍ବାଦିକ ଗିରୀଶ ମାଝୀକୁ ଦାୟିତ୍ବ ଦିଆଯାଇଥିବା ବେଳେ ବୈଠକ ଶେଷରେ ଦୁର୍ଯ୍ୟୋଧନ ପୁଟା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Recent Comments

Leave Comments

Top