ପଦ୍ମପୁର/ବରଗଡ/୨୫/୫/୨୦୨୫/(ଆଧାର ମିଡିଆ//ଡିଲେଶ୍ୱର ବାଗ):ଚଳିତବର୍ଷ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ବାବାଙ୍କର ଭବ୍ୟ ବିବାହୋତ୍ସବ ତଥା ତୃତୀୟବର୍ଷ ପାଇଁ ଶୀତଳ ଷଷ୍ଠୀ ପାଳନ ହେବାକୁ ଯାଉଥିବା ବେଳେ ଗତବର୍ଷ ମାନଙ୍କରେ ଲାଗୁଥିବା ଭକ୍ତଙ୍କ ଭିଡ଼କୁ ଦେଖି କମିଟି ତରଫରୁ ଭିଡ଼ ନିୟନ୍ତ୍ରଣ ପାଇଁ ତଥା ଲୋକଙ୍କ ମନୋରଞ୍ଜନ ପାଇଁ କମିଟି ପକ୍ଷରୁ ସ୍ଥାନୀୟ ଅଶୋକ ଖେଳ ପଡିଆ ଠାରେ ମିନାବଜାରର ଆୟୋଜନ କରାଯାଇଛି। ଯାହାର ବିଧି ଵଦ୍ଧ ଭାବରେ ଉଦଘାଟନ ଆଜି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ପାଣ୍ଡଵ ଶବର ଏବଂ ବଣିକ ସଂଘ ସଭାପତି ପ୍ରତାପ ମିଶ୍ର ମିନାବଜାରର ଶୁଭ ଉଦ୍ଘାଟନ କରିଥିଲେ।ଶୀତଳ ଷଷ୍ଠୀ କମିଟି ମୁଖ୍ୟ ପୂଜକ ଅତ୍ରାହି ଭଞ୍ଜନ ପାଣିଗ୍ରାହୀ ତଥା ମନ୍ଦିର ପୂଜକ ଟଙ୍କଧର ମହାପାତ୍ରଙ୍କ ମନ୍ତ୍ରଚାରଣ ସହ ପୂଜା ପାଠ କାରି ଶୁଭ ନାରିକେଳ ବାଡେଇ ମିନାବଜାର ଉଦଘାଟନ କାରିଛନ୍ତି ମୁଖ୍ୟ ଅତିଥି। ତେବେ ମୁଖ୍ୟ ଅତିଥି ମାନଙ୍କୁ ବଜାର ବୁଲାଇ ଦେଖେଇବା ସହ ପଦ୍ମପୁର ଅଞ୍ଚଳ ବାସି ତଥା ଭକ୍ତ ବୋହୁ ସଂଖ୍ୟାରେ ମିନାବଜାରରେ ଯୋଗଦେଇ ମଜା ନିଅନ୍ତୁ ବୋଲି କମିଟି ତରଫରୁ ସମସ୍ତଙ୍କୁ ନିମନ୍ତ୍ରିତ କରିଛନ୍ତି.
କମିଟିର ସଭାପତି ପ୍ରିତମ ମେହେର ତଥା ସଦସ୍ୟ ମାନେ। ତେବେ କମିଟି ପକ୍ଷରୁ ଆୟୋଜିତ ହୋଇଥିବା ଏହି ମିନାବଜାର ରେ ଆକାଶ ଦୋଳି ବ୍ରେକ ଡ୍ୟାନ୍ସ ସହ ଛୁଆ ମାନଙ୍କ ପାଇଁ ବିଭିର୍ଣ୍ଣ ଖେଳିବା ଦୋଳି ସହ ବିଭିର୍ଣ୍ଣ ପ୍ରକାରର ଘର ଉପଯୋଗି ସାମଗ୍ରୀର ଦୋକାନ ମାନ ମଧ୍ୟ ଆସିଛି। ଉଦ୍ଘାଟନୀର ପ୍ରଥମ ଦିନରୁ ହିଁ ମିନାବଜାରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ତେବେ ଆସନ୍ତା ତା. ୨୯ ରିଖ ଦିନ ମାତା ପାର୍ବତୀ ଙ୍କର ପତର ପେଣ୍ଡି କାର୍ଯ୍ୟକ୍ରମ ଥିବାବେଳେ ତା. ୩୦ ରିଖ ଦିନ ମାତାଙ୍କ ଅଳଙ୍କାର ଧାରଣ କାର୍ଯ୍ୟକ୍ରମ ରହିଛି, ସେହିପରି ତା. ୩୧ ରିଖ ଦିନ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ବାବା ଙ୍କର ହରିଦ୍ର ଲେପନ ଓ କନ୍ୟା ଗୃହେ ମାତାଙ୍କୁ ହରିଦ୍ର ଲେପନ କରାଯାଇ ଶୁଭ ଲଗ୍ନରେ ସନ୍ଧ୍ୟା ସମୟରେ ଭବ୍ୟ ଶୋଭାଯାତ୍ରା ରେ କଣ୍ଟାବନ୍ଧ ସଂଲଗ୍ନ ଶ୍ରୀଶ୍ରୀ ସ୍ଵପ୍ନେଶ୍ଵର ମନ୍ଦିରରୁ ବାବାଙ୍କର ଭବ୍ୟ ବରଯାତ୍ରା ମହା ସମାରୋହରେ କନ୍ୟା ମାତା ପିତାଙ୍କ ଗୃହ ଅଭିମୁଖେ ଯାତ୍ରା କରିବ,ଏଣୁ ସମସ୍ତେ ଏହି ଭଵ୍ୟ ବରଯାତ୍ରାରେ ସାମିଲ ହେବାପାଇଁ କମିଟି ତରଫରୁ ଭକ୍ତମାନଙ୍କୁ ଆଗ୍ରହ କରାଯାଇଛି।
Recent Comments