logo
add image
କଣିହାଁ ବ୍ଲକ ବିଜେଡିର ନୂତନ ସଭାପତି ପ୍ରଶାନ୍ତ କୁମାର ସାହୁ

କଣିହାଁ ବ୍ଲକ ବିଜେଡିର ନୂତନ ସଭାପତି ପ୍ରଶାନ୍ତ କୁମାର ସାହୁ

କଣିହାଁ/୨୬/୦୫/୨0୨୫/(ଆଧାର ମିଡ଼ିଆ// ରିପୋର୍ଟ ଟୁନା ସାହୁ) ଅନୁଗୁଳ ଜିଲ୍ଲା ପାଲଲହଡା ନିର୍ବାଚନ ମଣ୍ଡଳୀ କଣିହାଁ ବ୍ଲକ ବିଜେଡିର ନୂତନ ବ୍ଲକ ସଭାପତି ଭାବେ ପ୍ରଶାନ୍ତ କୁମାର ସାହୁଙ୍କୁ ରାଜ୍ୟ ବିଜୁ ଜନତାଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଅନୁଗୋଳ ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ପଟ୍ଟନାୟକ ଶନିବାର ଘୋଷଣା କରିଛନ୍ତି l ଏଥି ସହିତ ପାଲଲହଡା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ କଣିହାଁ ବ୍ଲକ ୧୯ ପଂଚାୟତ ପାଇଁ ବିଜେଡି ସଭାପତିଙ୍କ ନାମ ମଧ୍ୟ ପ୍ରକାଶ ପାଇଛି l ଏ ନେଇ ଡେରଙ୍ଗ ପଂଚାୟତର ସଭାପତି ପୁରୁଷୋତ୍ତମ ସାହୁ, କାକୁଡ଼ିଆର ପୂର୍ଣ୍ଣଚନ୍ଦ୍ର ପ୍ରଧାନ,ହରିହରପୁର ସୌଭାଗ୍ୟ ଚନ୍ଦ୍ର ପ୍ରଧାନ ହନୁମାନପୁର ଶିଶିର କୁମାର ବେହେରା,ଦଳକର ଜୟନ୍ତ କୁମାର ପ୍ରଧାନ,ବାଲିପଶି କରୁଣାକର ପ୍ରଧାନ,କୁଳୁମାର ମହାର୍ଗା ସ୍ୱାଇଁ,କୁଲେଇର ସତ୍ୟାନନ୍ଦ ଗଡ଼ନାୟକ, ବିରୁ ଅବନୀକାନ୍ତ ଦେହୁରୀ, ବୁରୁକୁନlର ତପନ କୁମାର ବେହେରା,କର୍ଣ୍ଣପାଳ  ଦେବରାଜ ପ୍ରଧାନ,ପାରାବିଲ ବିରଞ୍ଚି ନାରାୟଣ ସାହୁ,ସୁଶୁଵା ଅଭିମନ୍ୟୁ ପ୍ରଧାନ,ବଜ୍ରକୋଟ  ହୃଦାନନ୍ଦ ମହାନ୍ତି,ରେଙ୍ଗାଳିର ପ୍ରଜ୍ଞା ବିର ଦାସ,ଗଣ୍ଡମାଳl ଗିରିଶଚନ୍ଦ୍ର ସାହୁ,ତାଳପଦାର ପ୍ରତାପ ଚନ୍ଦ୍ର ବେହେରା, ଅର୍କିଳିର ଶିବ ପ୍ରସାଦ ବେହେରା,ସମଲର ଭବେଶ ପ୍ରଧାନ ପ୍ରମୁଖ ପଂଚାୟତ ସଭାପତିଙ୍କ ନାମ ଘୋଷଣା ବିଜେଡି ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ ପଟ୍ଟନାୟକ ନାମ କୁଘୋଷଣା କରିଛନ୍ତି l ଏ ନେଇ ବିଜେଡି ଦଳର ତୃଣମୂଳ ସ୍ତରରେ ସାଂଗଠନିକ ମଜବୁତ ହେବାନେଇ ନୂତନ ବ୍ଲକ ସଭାପତି ପ୍ରଶାନ୍ତ କୁମାର ସାହୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି l ନୂତନ ବ୍ଲକ ସଭାପତି ଏ ନେଇ ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହିତ ଜିଲ୍ଲା ନିର୍ବାଚନ ଅଧିକାରୀ,ପୂର୍ବତନ ବିଧାୟକ ମୁକେଶ ପାଳ, ଜିଲ୍ଲା ସଭାପତି ତଥା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇ ଛନ୍ତି l
 

 

Recent Comments

Leave Comments

Top