logo
add image
୧୫ ବର୍ଷରୁ କମ୍ ଫୁଟବଲ୍ ଚମ୍ପିଅନସିପରେ ସୁବର୍ଣ୍ଣପୁର ଟିମର ଅଂଶ ଗ୍ରହଣ:

୧୫ ବର୍ଷରୁ କମ୍ ଫୁଟବଲ୍ ଚମ୍ପିଅନସିପରେ ସୁବର୍ଣ୍ଣପୁର ଟିମର ଅଂଶ ଗ୍ରହଣ:

ସୋନପୁର/୨୯/୦୫/୨୦୨୫/(ଆଧାର ମିଡ଼ିଆ)-୧୫ ବର୍ଷରୁ କମ୍ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ୍ ଚମ୍ପିଅନସିପରେ  ସମ୍ବଲପୁରରେ ଅନୁଷ୍ଠିତ ଜୋନାଲ ମ୍ୟାଚ୍ ରେ  ଅଂଶଗ୍ରହଣ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ଫୁଟବଲ୍ ଟିମ୍ ସମ୍ବଲପୁର ଗ୍ରସ୍ଥ କରିଛି। ଆଜି ସୋନପୁର ଟିମ୍ ବରଗଡ ଟିମ୍ ସହିତ ମ୍ୟାଚ୍ ଖେଳି, ଗୋଟିଏ ଗୋଟିଏ ଗୋଲ ସ୍କୋର କରି ମ୍ୟାଚ୍ ବରାବର (ଡ୍ର) କରିଛି। ଦୁଇ ଦଳ ଗୋଟାଏ ଗୋଟାଏ ପଏଣ୍ଟ ହାସଲ କରିଛନ୍ତି।
ଏହି ଅବସରରେ ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ସଂପାଦକ ପୀୟୂଷ କୁମାର ପଣ୍ଡା, ଉପଦେଷ୍ଟା କଇରୁ ସ୍ବାଇଁ, କାର୍ଯ୍ୟକାରିଣୀ ସଦସ୍ୟ ପୁରୁଷୋତ୍ତମ ପାଣିଗ୍ରାହୀ, ବିକାଶ ପଣ୍ଡା, ସୁଦର୍ଶନ ପଣ୍ଡା, ଫୁଟବଲ୍ ସଂପାଦକ ରାଜୀବ ସାହୁ, କଲିମ ମହମ୍ମଦ ଇତ୍ୟାଦି ଅନେକ ସଦସ୍ୟ ଖେଳାଳିମାନଙ୍କୁ ଗାନ୍ଧୀ ଷ୍ଟାଡିୟମ୍ରେ ଶୁଭେଚ୍ଛା ଜଣାଇ ସଫଳତା କାମନା କରିଛନ୍ତି ।ଏହି ଜୋନାଲ ଟର୍ଣ୍ଣାମେଣ୍ଟରେ ସୁବର୍ଣ୍ଣପୁର ଦଳ ବୌଦ୍ଧ, ସୁନ୍ଦରଗଡ, ଓ ବରଗଡ ଟିମ୍ ବିରୁଦ୍ଧରେ ମୋଟ ତିନିଟି ମ୍ୟାଚ୍ ଖେଳିବ। ଏହି ଚମ୍ପିଅନସିପରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳିମାନେ କଟକ ସ୍ପୋର୍ଟସ ହଷ୍ଟେଲ ପାଇଁ ଚୟନିତ ହେବେ।

Recent Comments

Leave Comments

Top