ପୁରୀ/୩୧/୫/୨୦୨୫/( ଆଧାର ମିଡ଼ିଆ) ଭାରତୀୟ କୃଷିକୁ ରୂପାନ୍ତରିତ କରିବା ଉଦ୍ଦେଶ୍ୟରେ ଏକ ଐତିହାସିକ ପଦକ୍ଷେପ ସ୍ଵରୁପ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ କୌଶଲ୍ୟାଙ୍ଗଗସ୍ଥିତ ଆଇସିଏଆର୍-ସିଫାଠାରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଆରମ୍ଭକରିଛନ୍ତି । ଏହି ଅଭିଯାନ ଏକ ଆତ୍ମନିର୍ଭରଶୀଳ ଏବଂ ବିକଶିତ ଭାରତପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ସହିତ ସମନ୍ବିତ।
ସାରା ଦେଶରେ ଉନ୍ନତକୃଷି ଏବଂ ପ୍ରଯୁକ୍ତି ବିଦ୍ୟାର ବ୍ୟାପକତାକୁ ପ୍ରୋତ୍ସାହିତ କରିବା ଏହାର ଉଦ୍ଦେଶ୍ୟ । ଏଥି ନିମନ୍ତେ ଆୟୋଜିତ ସମାବେଶକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ପ୍ରଯୁକ୍ତି ବିଦ୍ୟାର ପ୍ରସାର ଭିତିଭୂମି ନିର୍ମାଣ ତୃଣମୂଳ ସ୍ତରର ଜନସାଧାରଣଙ୍କ ସଂପୃକ୍ତି ମାଧ୍ୟମରେ ସାରା ଭାରତରେ ୧.୫ କୋଟିରୁ ଅଧିକ ଚାଷୀମାନଙ୍କ ନିକଟରେ ପହଂଚିବା ପାଇଁ ଏହି ଅଭିଯାନର ଏକ ଲକ୍ଷ୍ୟବୋଲି ସେ କହିଥିଲେ । ସେ କହିଥିଲେ ଯେ ମାଛଚାଷ ଭାରତୀୟ ଖାଦ୍ୟ ସୁରକ୍ଷାର ଏକ ଅବିଛେଦ୍ୟ ଅଂଗ ଏବଂ ଜୀବିକା ବିକାଶ ପାଇଁ ଏକ ସ୍ଥାୟୀ ରୋଜଗାରର ମାଧ୍ୟମ । ବୈଜ୍ଞାନିକ ମାନଙ୍କ ଦ୍ବାରା ବିକଶିତ ସମସ୍ତ ପ୍ରଯୁକ୍ତି ବିଦ୍ୟା ଓ ନୂତନ ଜ୍ଞାନକୌଶଳ କୃଷକମାନଙ୍କ ପାଖରେ ପ୍ରଭାବଶାଳୀ ଭାବରେ ପହଂଚାଇଲେ ସେମାନଙ୍କର ଆୟ ବୃଦ୍ଧି ହୋଇପାରିବ ଏବଂ ଏକ ବିକଶିତ ଭାରତ ପାଇଁ ମତ୍ସ୍ୟଚାଷ ଏକ ଉପଯୁକ୍ତ ମାଧ୍ୟମ ହୋଇପାରିବ ।
ଓଡିଶା ସରକାରଙ୍କ ମତ୍ସ୍ୟ ଏବଂ ପଶୁ ସଂପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲିକ ଉଦ୍ବୋଧନ ଦେଇ କୃଷି ଓ କୃଷକଙ୍କ ନିମନ୍ତେ ଓଡିଶା ସରକାରଙ୍କ ପ୍ରତିବଦ୍ଧତାକୁ ପରିପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ଏବଂ କୃଷି ଓ କୃଷକ ସଶକ୍ତିକରଣ ତଥା ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ, ଏକାମ୍ରର ବିଧାୟକ ଶ୍ରୀ ବାବୁସିଂହ ଓ ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ଯୋଗଦାନ କରିଥିଲେ । ତତ୍ସହିତ ଭାରତ କୃଷି ଅନୁସନ୍ଧାନ ପରିଷଦ, ନୂଆଦିଲ୍ଲୀର ମହାନିର୍ଦ୍ଦେଶକ ଡ. ଏମ୍. ଏଲ୍, ଜାଟ୍, କୃଷି ସଂପ୍ରସାରଣ ଉପମହାନିର୍ଦ୍ଦେଶକ ଡ. ରାଜବୀର ସିଂହ, ଅଟାରୀର ନିର୍ଦ୍ଦେଶକ ଡ. ପ୍ରଦୀପ ଦେ ଯୋଗଦାନ କରିଥିଲେ। ଆୟୋଜିତ ବୈଜ୍ଞାନିକ କୃଷକ ଭାବବିନିମୟ କାର୍ଯ୍ୟକ୍ରମରେ ୬୦୦ରୁ ଊର୍ଦ୍ଧ୍ଵ କୃଷକ ଓ ମହିଳା କୃଷିଜୀବି, ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଭାଗ ନେଇଥିଲେ
ଏହି ପରିପ୍ରେକ୍ଷୀରେ ମାନ୍ୟବର ମନ୍ତ୍ରୀ ସିଫା ତରଫରୁ ଉଦ୍ଭାବିତ ହୋଇଥିବା ମତ୍ସ୍ୟ ଭ୍ୟାକ୍ସିନ ଲୋକାର୍ପିତ କରିଥିଲେ। ତତ୍ସହିତ ସ୍ବୟଂ ସହାୟିକ ଗୋଷ୍ଠୀ, କେଭିକେ,ଖୋର୍ଦ୍ଧା ଓ ସିଫା ତରଫରୁ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ପ୍ରାରମ୍ଭରେ ଆଇସିଏଆର୍ ଉପମହାନିର୍ଦ୍ଦେଶ (ମତ୍ସ୍ୟ ବିଜ୍ଞାନ) ଡ. ଜେ. କେ. ଜେନା ସ୍ବାଗତ ଅଭିଭାଷର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସିଫାର ନିର୍ଦ୍ଦେଶକ ଡ. ପି. କେ. ସାହୁ ସଂଯୋଜନା କରିଥିବାବେଳେ କୃଷି ସଂପ୍ରସାରଣ ଉପମହାନିର୍ଦ୍ଦେଶକ ଡ.ରାଜବୀର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।
Recent Comments