ସିନାପାଲି/ନୂଆପଡ଼ା/୧୯/୦୬/୨୫/(ଆଧାର ମିଡ଼ିଆ/ରିପୋର୍ଟ-ହେରମ୍ୱ ମେହେର)-ନୂଆପଡ଼ା ଜିଲ୍ଲା ସିନାପାଲି ଅବକାରୀ ବିଭାଗର ଚଢ଼ାଉ ,୭ କେଜି ଗଞ୍ଜେଇ ସହ ଗୋଟିଏ ବାଇକ୍ ଓ ଦୁଇଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିବା ସୂଚନା ମିଳିଛି l ସିନାପାଲି ଅବକାରୀ ବିଭାଗ ଅଧିକାରୀ ସିଦ୍ଧାନ୍ତ ପାତ୍ରଙ୍କ ସୂଚନା ଅନୁସାରେ ଗିରଫ ଅଭିଯୁକ୍ତ ହେଲେ ଛତିଶଗଡ଼ ରାଜ୍ଯ ଭିଲାଇ ଗ୍ରାମର ନବିନ ସାହୁ ଓ ବଲାଙ୍ଗିର ଜିଲ୍ଲା କୁଣାବୁଟୁଲା ଗ୍ରାମର ଗୋବିନ୍ଦ ଭୋଇ , ସିଜି ୦୭ ସିଜି ୦୬୪୬ ନମ୍ବର ଥିବା ଏକ ବାଇକ୍ ଯୋଗେ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବରପାଇ ସିନାପାଲି ଅବକାରୀ ଥାନା ଅଧିକାରୀ ସିଦ୍ଧାନ୍ତ ପାତ୍ରଙ୍କ ନେତୃତ୍ବରେ ଏକଟିମ ଛକି ଛକି ପେଟ୍ରୋଲିଙ୍ଗ କରୁଥିଲେ ଏବଂ ବୋଡେନ ଥାନା ଅଧିନ ବିଜୁ ଏକ୍ସପ୍ରେସ ରାସ୍ତା ଅମେରା ଛକରେ ଗଞ୍ଜେଇ ଚାଲାଣ ହେଉଥିବା ବାଇକ୍ କୁ ଅଟକାଇଥିଲେ ଚଢାଉରେ ୭ କେଜି ଗଞ୍ଜେଇ ଜବତ କରିବା ସହ ସମ୍ପୁକ୍ତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା କହିଛନ୍ତି l ଏନେଇ ସିନାପାଲି ଅବକାରୀ ଥାନା କେସ୍ ନମ୍ୱର ୬୪/୨୫ ରେ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋଟ ଚାଲାଣ କରାଯାଇଛି l
Recent Comments