logo
add image
ବିଦ୍ୟୁତ ଆଘାତରେ ଯୁବକମୁତ

ବିଦ୍ୟୁତ ଆଘାତରେ ଯୁବକମୁତ

କଣିହ/୨୨/୦୬/୨୦୨୫/(ଆଧାର ମିଡ଼ିଆ)-ଅନୁଗୋଳ ଜିଲ୍ଲା କଣିହାଁ ଥାନା ଡେରଙ୍ଗ ପଂଚାୟତ ଅଧିନସ୍ଥ ମହନିପାଳ ଗାଁରେ ବିଦ୍ୟୁତ ଆଘାତ ଯୋଗୁଁ ରବିବାର ଅପରlହ୍ନ ଯୁବକଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରତର ହୋଇଥିଲା l ପରିବାର ତରଫରୁ କଣିହାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକତ୍ସା କରିଥିଲେ l କଣିହାଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ସୁମନ୍ତ କୁମାର ପଟେଲ ଯୁବକଙ୍କୁ ମୁର୍ତ୍ୟୁ ଘୋଷଣା କରିଥିଲେ l ମୃତକ ଯୁବକ ଜଣକ ଲମ୍ବୋଧର ପ୍ରଧାନ (୩୮) ବୋଲି ଜଣାପଡିଛି । ଏ ନେଇ ମୁର୍ତ୍ୟୁ ଯୁବକଙ୍କ ସ୍ତ୍ରୀ ଲିପିପ୍ରଧାନ (୩୦) କଣିହାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗକୁ ଆଧାର କରି ପୋଲିସ ତରଫରୁ ମୁର୍ତ୍ୟୁ ଲମ୍ବୋଦରଙ୍କ ଶବଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିଛି l କଣିହାଁ ପୋଲିସ ତଦନ୍ତ ଜାରିରଖିଛି l  କଣିହାଁ ଆଇଆଇସି ରମଣୀ ରଞ୍ଜନ ଦଳେଇକୁ ବୁଝିବାରୁ ବିଦ୍ୟୁତ ଆଘାତରେ ମୁର୍ତ୍ୟୁ ନେଇ ଅଭିଯୋଗ ହୋଇଛି l ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ସତ୍ୟ ଜଣାପଡିବ ବୋଲି କହିଥିଲେ l ଆସନ୍ତା କାଲି ଶବ ବ୍ୟବଛେଦ ପରେ ମୁର୍ତ୍ୟୁ ବ୍ୟକ୍ତିଙ୍କ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ସୂତ୍ରରୁ ଜଣାପଡିଛି l

Recent Comments

Leave Comments

Top