logo
add image
ପ୍ରତି ପଂଚାୟତରେ ମାସିକ ଆୟ ବ୍ୟୟର ସମୀକ୍ଷା ବୈଠକ ଡାକିଲେ ଜିଲ୍ଲାପାଳ.

ପ୍ରତି ପଂଚାୟତରେ ମାସିକ ଆୟ ବ୍ୟୟର ସମୀକ୍ଷା ବୈଠକ ଡାକିଲେ ଜିଲ୍ଲାପାଳ.

ସିନାପାଲି/ନୂଆପଡ଼ା/୨୨/୦୬/୨୫/(ଆଧାର ମିଡ଼ିଆ/ରିପୋର୍ଟ- ହେରମ୍ ମେହେର)- ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ କାର୍ଯ୍ଯକ୍ରମର ଏକ ସମୀକ୍ଷା ବୈଠକ ଜିଲ୍ଲା ମୁଖ୍ଯ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପଂଚାୟତ ଅଧିକାରୀ  ଲଛମନ ଓରାମ ଓ ଜିଲ୍ଲାର ସମସ୍ତ ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀ ଅଂଶ ଗ୍ରହଣ କରିଥିଲେ ,ଶ୍ରୀ ଓରାମ ସମସ୍ତ ପଂଚାୟତର ଆୟ ବ୍ୟୟ ହିସାବ ବୈଠକ ସମ୍ମୁଖରେ ରଖିଥିଲେ l ସମୀକ୍ଷାରୁ ଜଣାଗଲାଯେ ଜିଲ୍ଲାର ୧୩୧ ଟି ପଂଚାୟତ ଏହି ୨୦ ଜୁନ୍ସୁଦ୍ଧା ପଞ୍ଚମ ରାଜ୍ୟ ଅର୍ଥ କମିଶନରୁ ୩,୧୯,୫୨,୦୦୦ ଟଙ୍କା ଅନୁଦାନ ପାଇଛନ୍ତି ଏବଂ ୧,୨୧,୫୮୦୦୦ ଟଙ୍କା ଖର୍କ କରିଛନ୍ତି l 
କେନ୍ଦ୍ରିୟ ଅନୁଦାନରୁ ୨୧,୯୪,୪୦୦୦୦ ଟଙ୍କା ପାଇଥିଲାବେଳେ ୯,୭୦,୮୬୦୦୦ ଟଙ୍କା ଖର୍ଚ ହୋଇଛି l ପଞ୍ଚ।ୟତ ମାନଙ୍କ ୧୧୮୨ ଟି ବନ୍ଧ ପୋଖରି ନିଲାମରୁ ୬୭,୪୯,୦୦୦ ଟଙ୍କା ୪୪ ଟି ସାପ୍ତାହିକ ବଜାର ନିଲାମରୁ ୧୨,୫୭,୦୦୦ ଟଙ୍କା ଏବଂ ୫୫୫ ଟି ମାର୍କେଟ କମ୍ପ୍ଲେକ୍ସ ରୁ  ଛଲକ୍ଷ ଟଙ୍କା  ଆୟ ହୋଇଛି, ସେହିପରି ୧୩ ଟି ଗ୍ରାମ୍ୟ ବଗିଚା ନିଲାମରୁ ୬,୫୪,୦୦୦ ଟଙ୍କା ଏବଂ ୯୪ଟି ଜାଗିରି ଜମି ନିଲାମରୁ ୨,୦୨,୦୦୦ ଟଙ୍କା ଆୟ ହୋଇଛି । ଜିଲ୍ଲାପାଳ ସମସ୍ତଙ୍କୁ ସମ୍ବୋଧନ କରି କହିଲେ ଯେ ବିଡିଓ ,ଡି ପି ଓ  ଓ ଜିପି ଡିଓ ମାନେ ନିୟମିତ ବ୍ୟବଧାନରେ ସମସ୍ତ ପଂଚାୟତ ନିରୀକ୍ଷଣ କରିବା ପାଇଁ ଯିବେ ଓ  କେଶ୍ ବୁକ ଦେଖିବେ l ଆରମ୍ଭ ଏକ ତାରିଖରେ ଗତ ମାସର ଅନୁଦାନ ଆୟ ଏବଂ ବ୍ୟୟର  ହିସାବ ସମସ୍ତ ବ୍ଲକ ଏବଂ ପଂଚାୟତର ନୋଟିସ ବୋର୍ଡରେ ଟଙ୍ଗା ଯିବ । ପୂର୍ବ  ମାସ ସଭାର ବିବରଣୀ ସେଠାରେ ପାଠ କରାଯିବ । ଏହି ସମୟରେ କି କି ଉନ୍ନତିମୂଳକ କାର୍ଯ୍ୟ ହୋଇଛି ସେଠାରେ ସୂଚନା ଦିଆଯିବ lପ୍ରତି ବୁଧବାର ଦିନ ସମସ୍ତ ପଞ୍ଚାୟତରେ ରୋଜଗାର ଦିବସ ସହିତ ସ୍ବଚ୍ଛତା ଦିବସ ମଧ୍ୟ ପାଳନ ହେବ । ପଂଚାୟତର ସମସ୍ତ ଜବର ଦଖଲ ଜମି ତହସିଲଦାର ମାନଙ୍କ ସହାୟତାରେ ମୁକ୍ତ କରାଯିବ ଏଥି ସକାଶେ ଜନ ପ୍ରତିନିଧି ମାନଙ୍କ ସହଯୋଗରେ ପଞ୍ଚାୟତ ମାନଙ୍କୁ ଅଧିକ କ୍ରିୟାଶୀଳ  କରିବା ପାଇଁ ଜିଲ୍ଲାପାଳ ଆହ୍ଵାନ ଦେଇଛନ୍ତି l

Recent Comments

Leave Comments

Top