ସୋନପୁର/୨୨/୦୬/୨୦୨୫/ (ଆଧାର ମିଡ଼ିଆ)- ସୋନପୁର ମହାବିଦ୍ୟାଳୟର ଆଲୁମିନୀ ସଂଘର କାର୍ଯ୍ୟକାରିଣୀ ବୈଠକ ଆଜି ସୋନପୁର କଲେଜ ପରିସରରେ ସଂଘର ସଭାପତି ଡ଼ ପ୍ରଫୁଲ୍ଲ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଗାମୀ ଦିନରେ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପାଇଁ ବ୍ୟାପକ ଆଲୋଚନା ପର୍ଯ୍ୟଲୋଚନା କରାଯାଇଥିଲା। ଆଗକୁ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ନିତୀ ନିର୍ଦ୍ଧାରଣ କରାଯିବା ସହ ଆନ୍ଦୋଳନକୁ ବ୍ୟାପକ କରିବାକୁ ଆଲୁମିନୀ କମିଟିର ସଦସ୍ୟ ମାନେ ମତାମତ ଦେଇଥିଲେ। ଏବଂ ପରେ ପରେ ପାଣ୍ଠି ସଂଗ୍ରହ ଉପରେ ବିଶେଷ ଭାବରେ ବିସ୍ତୃତ ଆଲୋଚନା ହୋଇଥିଲା।
ମଞ୍ଚରେ ସଂଘର ସଭାପତି ଡ଼ ପ୍ରଫୁଲ୍ଲ କୁମାର ରଥ, ସମ୍ପାଦକ ଭାରତ ଭୂଷଣ ଦାଶଙ୍କ ସହ ଉପଦେଷ୍ଟା ସିତାଂଶୁ ଶେଖର ମିଶ୍ର ମଞ୍ଚାସିନ ଥିଲେ। ସଂଯୋଜକ ସୁଦାମ ଚରଣ ମିଶ୍ର ସଭାକୁ ପରିଚାଳନା କରିଥିବା ବେଳେ କୋଷାଧକ୍ଷ ବିଶ୍ୱରଂଜନ ପୁଝାରୀ ଆର୍ଥିକ ବିବରଣୀ ପ୍ରଦାନ କରିଥିଲେ ଏବଂ ଶାଶ୍ଵତ ମିଶ୍ର ଧନ୍ୟବାଦ୍ ଦେଇଥିଲେ। ଏଥିରେ ସମସ୍ତ ବ୍ଲକର କାର୍ଯ୍ୟକାରୀ ସଭାପତି ସମେତ କାର୍ଯ୍ୟକାରିଣୀ ସଦସ୍ୟ, ଉପଦେଷ୍ଟା କମିଟି, ସାମାଜିକ ଗଣମାଧ୍ୟମ, ଗଣମାଧ୍ୟମ, ସମ୍ମାନନୀୟ ସଭ୍ୟ, ଅର୍ଥନୈତିକ ବ୍ୟାପାର, ସ୍ୱତନ୍ତ୍ର କାର୍ଯ୍ୟଶକ୍ତି, ମହିଳା, ଆଇନ ପରାମର୍ଶ ଆଦି ସମସ୍ତ କମିଟି ଓ ଉପ କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।
Recent Comments