logo
add image
ଆଇନ ସଚେତନତା ଶିବିର ।

ଆଇନ ସଚେତନତା ଶିବିର ।

ପିପିଲି/୨୪/୬/୨୦୨୫/( ଆଧାର ମିଡ଼ିଆ )-ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର  ଅଧକ୍ଷ୍ୟା ଶ୍ରୀମତୀ ଅଜନ୍ତା ଷଡଙ୍ଗୀଙ୍କ  ନିର୍ଦ୍ଧେଶ ଅନୁଯାଇ ତା ୨୪.୬.୨୦୨୫ ରିଖ ଅପରାହ୍ନ ୦୪.୦୦ ଘଟିକା ସମୟରେ ପଂଚାୟତ ଅଫିସ, ବିର ହରେକୃଷ୍ଣପୁର ଠାରେ ମୌଳିକ କର୍ତବ୍ୟ ଓ ପ୍ରବାସୀ ଶ୍ରମିକଙ୍କ ଉପରେ ସୃଷ୍ଟି ହେଉଥିବା ବିଭିର୍ନ ଗୁରୁତ୍ବପୁର୍ଣ ବିଷୟ ଉପଲକ୍ଷେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।  ଆଜିର ଏହି କାର୍ଯକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ପରିତୋଷ କୁମାର ସେଠୀ ଉଦ୍ଘାଟନ କରିବା ସହ ନିଜ ବକ୍ତବ୍ୟରେ ଆଇନ ସେବା ପ୍ରାଧିକରଣ ଅଧିନିୟମ ୧୯୮୭ ରେ ଥିବା ବିଭିର୍ନ ବିଧିବ୍ୟବସ୍ଥାର ଉଦେଶ୍ୟ ଓ ଆଭିମୁଖ୍ୟ ,ନିଶୁଳ୍କ ଆଇନ ସେବା ଯୋଗ୍ୟ ହିତାଧିକାରୀ, ଲୋକ ଅଦାଲତ, ମଧ୍ୟସ୍ଥତା କେନ୍ଦ୍ର ,ନ୍ୟାୟ ସଂଯୋଗ ,୧୫୧୦୦ ଏବଂ ସମୁଖ କାର୍ଜ୍ୟାଳୟ ବିଷୟରେ ଅବଗତ କରାଇବା ସହ ଆଇନ ସେବା କଣ ଏବଂ ଆଇନ ସେବା ପାଇବାପାଇଁ କେଉଁ କେଉଁମାନେ ଯୋଗ୍ୟ ସେହି ବିଷୟରେ ଆଲୋଚନା କରିଥିଲେ ।
ଆଜିର ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସୁକାନ୍ତ ସ୍ଵାଈ , ନ୍ୟାୟବ ସରପଞ୍ଚ , ଶ୍ରୀଯୁକ୍ତ ବସନ୍ତ କୁମାର ଜେନା ୱ।ଡ ମେମ୍ବର ଯୋଗଦେଇଥିଲେ। ଆଜିର ଏହି କାର୍ଯକ୍ରମରେ ଉପସ୍ଥିତ ଥିବା ସାଧାରଣ ଜନତାମାନଙ୍କୁ ନିଜର ମୌଳିକ କର୍ତବ୍ୟ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ମନୁଷ୍ୟ ନିଜ କର୍ତବ୍ୟ ଉପରେ ଧ୍ୟାନ ଦେଲେ ନିଜ ଅଧିକାର ସାବ୍ୟସ୍ତ କରିପାରିବ ବୋଲି ସେ ତାଙ୍କ ବକ୍ତବ୍ୟରେ ଆଲୋକପାତ କରିଥିଲେ। ଆଜିର ଏହି କାର୍ଯକ୍ରମରେ ଉପସ୍ଥିତ ଥିବା ଜନସାଧାରଣ ମାନଙ୍କୁ ଆଇନ ସେବା ପ୍ରାଧିକରଣ ତରଫରୁ ଧନ୍ୟବାଦ ଅର୍ପଣ ସହ ଆଇନ ସେବାର ଉପଯୋଗୀତା ଓ ଉପଦେୟତାକୁ ସେମାନଙ୍କ ମଧ୍ୟରେ ପ୍ରଚାର କରିବା ଏବଂ ଏହା କିପରି  ଜନସାଧାରଣଙ୍କ ଉପଯୋଗୀ ହୋଇପାରିବ ଏଥିପାଇଁ ଆହ୍ବାନ ଦେଇଥିଲେ । ଏହି କାର୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧିକାରଣର କର୍ମଚାରୀମାନେ ସହଯୋଗ କରିଥିଲେ ।

Recent Comments

Leave Comments

Top