logo
add image
ନବୋଦୟ  ପ୍ରବେଶିକା ପରୀକ୍ଷା ରେ ଉତୀର୍ଣ୍ଣ, ଅଂଚଳ ରେ ଖୁସି

ନବୋଦୟ ପ୍ରବେଶିକା ପରୀକ୍ଷା ରେ ଉତୀର୍ଣ୍ଣ, ଅଂଚଳ ରେ ଖୁସି

ପାଇକମାଳ, ବରଗଡ 24/06/25(ଆଧାର ମିଡ଼ିଆ//ରିପୋର୍ଟ/ବିଦ୍ୟାଧର ସାହୁ )-ବରଗଡ ଜିଲ୍ଲା ପାଇକମାଳ ବ୍ଲକ ପାଇକମାଳ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପଞ୍ଚମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ପ୍ରତ୍ୟୁଷା ସାହୁ ଚଳିତବର୍ଷ ଜବାହାର ନବୋଦୟ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ ଉତୀର୍ଣ୍ଣ ହୋଇ ନିଜ ତଥା ନିଜ ଅଂଚଳର ନାମ ରୋଶନ କରିଛନ୍ତି I ଝିଅ ପ୍ରତ୍ୟୁଷା ପିଲାବେଳରୁ ହିଁ ମେଧାବୀ ଅଟନ୍ତି, ପଢାଲେଖା ହଉ କି ଖେଳାକୁଦ ଅବା ଅନ୍ୟାନ  ବହିରବୁର୍ତ୍ତ କାର୍ଯ୍ୟକଳାପରେ ନିଜକୁ ପ୍ରମାଣିତ କରି ସାରିଛନ୍ତି I ଝିଅ ପ୍ରତ୍ୟୁଷାଙ୍କ ବାପା ଶିବସଙ୍କର ସାହୁ ପେସା ରେ ଜଣେ ଡାକ୍ତର ଏବଂ ମାତା ଶ୍ରୀମତୀ ସୁପ୍ରଭା ସାହୁ ଜଣେ ସୁଗୃହିଣୀ ଅଟନ୍ତି I
ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ, ତଥା ବାପା ମାଁଙ୍କ ପ୍ରଚେଷ୍ଠା ଏବଂ ନିଜର ଅକ୍ଲାନ୍ତ ପରିଶ୍ରମ ହିଁ ମତେ ଉତୀର୍ଣ୍ଣ କରିଛି ବୋଳି ମତ ପ୍ରକାଶ କରିଛନ୍ତି କୁନି ଝିଅ ସୁଶ୍ରୀ ପ୍ରତ୍ୟୁଷା ସାହୁ 

 

Recent Comments

Leave Comments

Top