logo
add image
ଓଡ଼ିଶା ବିଧାନସଭାର ଗୃହ କମିଟି କଣ୍ଟାମାଳ ବ୍ଳକର ବିଭିନ୍ନ ସ୍ଥାନ ପରିଦର୍ଶନ

ଓଡ଼ିଶା ବିଧାନସଭାର ଗୃହ କମିଟି କଣ୍ଟାମାଳ ବ୍ଳକର ବିଭିନ୍ନ ସ୍ଥାନ ପରିଦର୍ଶନ

କଣ୍ଟାମାଳ/୨୪/୦୬/୨୦୨୫/(ଆଧାର ମିଡ଼ିଆ// ରିପୋର୍ଟ/ପ୍ରଭଞ୍ଜନ ପୁରୋହିତ)-ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଗୃହ କମିଟୀର ଚ୍ୟାୟାରମେନ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଘଙ୍କ ନେତୃତ୍ୱରେ ଏକ ୯ ଜଣିଆ ଟିମ୍  ମନମୁଣ୍ଡା, ପଲସାଗୋରା, କଣ୍ଟାମାଳ ଆଦି ବିଭିନ୍ନ ସ୍ଥାନରେ ବିଜେପି କର୍ମୀଙ୍କ ତରଫରୁ ଭବ୍ୟ ସ୍ୱାଗତ କରି ବିଭିନ୍ ପ୍ରସଙ୍ଗରେ ଆଲୋଚନା ପରେ ଘଣ୍ଟାପଡ଼ା ତେଲ ନଦୀ ଖଣ୍ଡିରେ ଥିବା ପର୍ଯ୍ୟଟନସ୍ଥଳ ମାନ୍ୟତା ମାଁ ସମଲେଶ୍ଵରୀଙ୍କ ଦର୍ଶନ କରିବାପରେ ସଚେତନ ନାଗରିକଙ୍କ ସହ ମନ୍ଦିରର ରକ୍ଷଣାବେକ୍ଷଣ, ପାଚେରୀ ନିର୍ମାଣ, ଏହାକୁ ରାଜ୍ୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଓ ଦେଲ ନଦୀ ଖଣ୍ଡରେ ପଥର ସୋଲିଙ୍ଗ ଆଦି ବିଷୟରେ ଆଲୋଚନା କରିଥିଲେ।
ପରେ ସିଧାସଳଖ ଉମା ପଞ୍ଚାୟତର ରେଘାମୁଣ୍ଡାସ୍ଥିତ ଧବଳେଶ୍ଵର ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ପରେ ପାହାଡ଼ରେ ଶୋଭା ପାଉଥିବା ଭାଇବୋହୁ-ଦେଢ଼ଶୁର ପର୍ଯ୍ୟଟନସ୍ଥଳ ପରିଦର୍ଶନ କରିଥିଲେ ଏବଂ ଏହାକୁ ଆହୁରି ଆକୃଷ୍ଟ କରିବାପାଇଁ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ଉକ୍ତ ଗୃହ କମିଟୀ ଟିମରେ ଚ୍ୟାୟାରମେନ ଶ୍ରୀ ବାଘଙ୍କ ସହ ସଦସ୍ୟ କଣ୍ଟାମାଳ ବିଧାୟକ କହ୍ନେଇଁ ଚ଼ରଣ ଡାଙ୍ଗ ,ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଫୁଲବାଣୀ ବିଧାୟକ ଉମା ଚ଼ରଣ ମଲିକ, ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ, ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ମୋହନା ବିଧାୟକ ଦାଶରଥି ଗମାଙ୍ଗୋ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଦର୍ଶନ କରିଥିଲେ।
ସେହିପରି ଜିଲ୍ଲା ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ପ୍ରବୀଣ ବାଣୁଆ ,ବ୍ଲକ ପ୍ରଶାସନ ପକ୍ଷରୁ ତହସିଲଦାର ଶ୍ରୀମତୀ ଶ୍ଵେତପଦ୍ମା ଯୋଶୀ, ଭାରପ୍ରାପ୍ତ ବିଡିଓ ତଥା ଅତିରିକ୍ତ ତହସିଲଦାର ଧନଞ୍ଜୟ ସାହୁ, ପିଡବ୍ଲୁଡିର କନିଷ୍ଟ ଯନ୍ତ୍ରୀ ରବିନ୍ଦ୍ର ଆଚାରୀ,ଘଣ୍ଟାପଡ଼ା ଥାନାଧିକାରୀ ମାଧବ ଚନ୍ଦ୍ର ଟାକ୍ରି ଓ ଅନ୍ୟାନ କର୍ମଚାରୀ ଉପସ୍ଥିତ ଥିଲେ।  ବିଜେପି ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ପୂର୍ବତନ ମଣ୍ଡଳ ସଭାପତି ପିନାକଧର ରଣା, ଜିଲ୍ଲା ଉପସଭାପତି ଚିତ୍ତରଞ୍ଜନ ପାତ୍ର,ପୂର୍ବତନ ସଭାପତି ବିପ୍ରଚ଼ରଣ ମହାନ୍ତି, ଜିଲ୍ଲା ଯୁବସଭାପତି ଅଟଳ ପ୍ରଧାନ, ଘଣ୍ଟାପଡ଼ାମଣ୍ଡଳ ସଭାପତି ଗୋପୀନାଥ କଅଁର,ଜିଲ୍ଲା ପରିଷଦ ସଦସ୍ୟା ପଦ୍ମାଳୟା ପ୍ରଧାନ, ଆଦିବାସୀ ନେତା ଡମ୍ବରୁ କହଁର, ସତ୍ୟନାରାୟଣ ମାଝୀ ଆଦି ବହୁ ବିଜେପି କର୍ମୀ ଉପସ୍ଥିତ ରହିଥିଲେ
  

 

Recent Comments

Leave Comments

Top