logo
add image
ବୌଦ୍ଧଜିଲ୍ଲା ଲକ୍ଷ୍ମୀ ବାସୁଦେବ ବୈଦିକ ପଣ୍ତିତ ସଂଗଠନର ନୂତନ କର୍ମକର୍ତ୍ତା

ବୌଦ୍ଧଜିଲ୍ଲା ଲକ୍ଷ୍ମୀ ବାସୁଦେବ ବୈଦିକ ପଣ୍ତିତ ସଂଗଠନର ନୂତନ କର୍ମକର୍ତ୍ତା

ବୌଦ୍ଧ/୨୬/୦୬/୨୦୨୫/(ଆଧାର ମିଡ଼ିଆ)-ଆଜି ଶ୍ରିଲକ୍ଷ୍ମୀ ବାସୁଦେବ ବୈଦିକ ପଣ୍ଡିତ ସଂଘର ନୂତନ କର୍ମକର୍ତ୍ତା ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମନୋନୀତ ହୋଇଯାଇଛି l ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା l ନୂତନ ସଭାପତି ଭାବେ ରଣଜିତ ହୋତା, କାର୍ଯ୍ୟକାରୀ ସଭାପତି ଚିତ୍ତରଞ୍ଜନ ମିଶ୍ର, ଉପ ସଭାପତି ସଚ୍ଚିନ ପୁରୋହିତ, ସମ୍ପାଦକ ଶଶାଙ୍କ ଶେଖର ମିଶ୍ରଙ୍କ ସହ ସମ୍ପାଦକ ଗୁପ୍ତେଶ୍ୱର ମହାପାତ୍ର, କୋଷାଧ୍ୟକ୍ଷ ରବିନାରାୟଣ ହୋତା, ନିର୍ଦ୍ଦେଶକ ସଞ୍ଜୀବ କୁମାର ପଣ୍ଡା, ସହ ନିର୍ଦ୍ଦେଶକ ବିଭୀଷଣ ଚାନ୍ଦ, କୁଳପତି ଅଙ୍ଗିରା ମିଶ୍ର, ଉପ କୁଳପତି ରାମଚନ୍ଦ୍ର ପାଣିଗ୍ରାହୀ, ବାଚସ୍ପତି ଗରିବ ଚରଣ ମିଶ୍ର, ସଂଯୋଜକ ପ୍ରଶାନ୍ତ କୁମାର ଚାନ୍ଦ, ସହ ସଂଯୋଜକ ସଞ୍ଜୟ ଶଙ୍କର ପୁରୋହିତଙ୍କୁ ମନୋନୀତ କରାଯାଇଛି ଲ
ଉପଦେଷ୍ଟା ଭାବେ ସୁଶିଲ କୁମାର ପାଣିଗ୍ରାହୀ, ଅରୁଣ କୁମାର ପାଢ଼ୀ, ଶିତାଂଶୁ ପାଢ଼ୀ ଓ ସିଦ୍ଧେଶ୍ଵର ଯୋଶୀଙ୍କୁ ରଖାଯାଇଛି l ଆଜି ଶ୍ରୀଜଗନ୍ନାଥଙ୍କ ନବଯୌବନ ବେଶ ଅବସରରେ ମନ୍ଦିର ପରିସରରେ ପଣ୍ଡିତମାନେ  ଚତୁର୍ବେଦ ପାଠ କରିଥଲେ l ଆଜିର କାର୍ଯ୍ୟକ୍ରମରେ ସରୋଜ କୁମାର ଦାଶ, ନୃସିଂହ ଚରଣ ହୋତା, ପ୍ରଦୀପ ପାଢ଼ୀ ପାଠ କରିଥିଲେ l ସଂଗଠନ ପକ୍ଷରୁ ଜିଲ୍ଲାର ପ୍ରତ୍ୟେକ ମନ୍ଦିରରେ ନିତିକାନ୍ତି କିପରି ଠିକ୍ ଭାବେ ହୋଇପାରିବ ସେଥିପ୍ରତି ଧ୍ୟାନ ଦିଆଯିବ l କର୍ମକାଣ୍ଡି ବ୍ରାହ୍ମଣମାନଙ୍କୁ ତାଲିମ ଦେବାପାଇଁ କାର୍ଯ୍ୟକ୍ରମ ହାତକୁ ନେବାପାଇଁ ଯୋଜନା କରାଯିବ l ବ୍ରାହ୍ମଣମାନଙ୍କର ବିକାଶ ନିମନ୍ତେ ସଂଗଠନ କାର୍ଯ୍ୟ କରିବ ବୋଲି ସଭାପତି ରଣଜିତ ହୋତା ଓ ସମ୍ପାଦକ ଶଶାଙ୍କ ଶେଖର ମିଶ୍ର ପ୍ରକାଶ କରିଛନ୍ତି l

Recent Comments

Leave Comments

Top