logo
add image
ଟ୍ରାକଟରୁ ଖସିପଡି ଜଣେମୃତ ଡ୍ରାଇଭର ଫେରାର,

ଟ୍ରାକଟରୁ ଖସିପଡି ଜଣେମୃତ ଡ୍ରାଇଭର ଫେରାର,

ବିନିକା/ମହାଦେବପାଲି/୨୯/୬/୨୦୧୫/ (ଆଧାର ମିଡ଼ିଆ) ଶନିବାରଦିନ ବିଳମ୍ବିତ ରାତ୍ରରେ ବିନିକା ସହର ମୂଖ୍ୟ ରାସ୍ତାରେ ଟ୍ରାକ୍ଟରରୁ ଖସିପଡ଼ି ଜଣଙ୍କ ମୃତ୍ୟୁ ଓ ରାସ୍ତାରେ ଟ୍ରାକ୍ଟର ରଖି ଜଣେ ଫେରାର ମାରିଥିବା ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଲଟିଛି. ମୃତକଙ୍କ ପରିବାର ପକ୍ଷରୁ ମୂଖ୍ୟମନ୍ତ୍ରୀ ରିଲିଫ ଫଣ୍ଟ, ବିଧାୟକ ପାଣ୍ଠିରୁ ମୃତକଙ୍କ ପରିବାରଙ୍କୁ ଆର୍ଥିକ ସହଯୋଗ ଦାବିନେଇ ବିନିକା - ସୋନପୁର ରାସ୍ତା ବିନିକା ଥାନା ଅଧିନସ୍ଥ ଘୋଡାଧାର ଛକରେ ଟାୟାର ଜାଳି ପରିବାର ତଥା ଅଞ୍ଚଳବାସୀ ରାସ୍ତା ରୋକ କରିଛନ୍ତି ।
ସୂଚନାଯୋଗ୍ୟ ଗତକାଲି ରାତ୍ରରେ ଧାନ ବିକ୍ରୟକରି ଏକ ନମ୍ଵର ବିହିନ ଟ୍ରାକ୍ଟରରେ ଦୁଇଜଣ ବିନିକା ମୂଖ୍ୟ ରାସ୍ତାରେ ନିଜ ଗ୍ରାମ ଘୋଡାଧାରକୁ ଯାଉଥିବା ସମୟରେ ବିନିକା ସହର ମଧ୍ୟରେ ରାସ୍ତାରେ ଜଣେ ଟ୍ରାକ୍ଟରରୁ ଖସି ପଡ଼ିବାରୁ ଅନ୍ୟଜଣେ ବିନିକା ସହର ମୂଖ୍ୟ ରାସ୍ତାରେ ଟ୍ରାକ୍ଟର ରଖି l-ଫେରାର ମାରିଥିଲେ. ଜନସା‌ଧାରଣ ଖବରପାଇଁ ରାସ୍ତାରୁ ଉଦ୍ଧାରେ କରି ବିନିକା ଡ଼ାକ୍ତର ଖାନାକୁ ଆଣି ଥିଲେ. ଡ଼ାକ୍ତର ଖାନାରେ ଡ଼ାକ୍ତର ବିନିକା ତାନା ଘୋଡ଼ାଧାର ଗ୍ରାମର ସଞ୍ଜିବ ବଣ୍ଡକି -୩୫ଙ୍କୁ  ମୃତ ଘୋଷଣା କରିଥିଲେ. ବିନିକା ପୁଲିସ ଶବକୁ ଜବତ କରିବାସହ ଟଲିସହ ଟ୍ରକ୍ଟରକୁ ଜବତ କରି ବିନିକା ଥାନାକୁ ଆଣିଥିଲେ.

ରବିବାର ଦିନ ମୃତକ ପରିବାର ଖବର ପାଇ ବିନିକା ଥାନାକୁ ‌ମୃତକଭାଇ ହିରୋ ବଣ୍ଡକି ମୋର ଭାଇ ସଞ୍ଜିବ ବଣ୍ଡକି ଟ୍ରାକ୍ଟରୁ ଖସିପଡ଼ି ମୃତ୍ୟୁ ବରଣ କରିଥିବା  ଲିଖିତ ଅଭିଯୋଗ କଲାପରେ ବିନିକା ଥାନା ୧୨୨/୨୯-୬ ରେ ଏକ ମାମଲା ରୁଜୁକରି ଶବ‌ବ୍ୟବଚ୍ଛେଦ ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରିଥିବା ସହ ବିନିକା ଥାନା ଏଏସଆ ତ୍ରୀନା‌ଥ ସାହୁ ଦାଇତ୍ବ ନେଇ ଅଧିକ ତଦନ୍ତ କରୁଥିବା ବିନିକା ଥାନା ଏସଆଇ ଅନିଳ ବେହେରା ପ୍ରକାଶ କରିଛନ୍ତି. ମୃତକ ପରିବାରୁ ମୂଖ୍ୟ ମନ୍ତ୍ରୀ  କିମ୍ବା ବିଧାୟ ରିଲିପ ଫଣ୍ଡ,  ସହଯୋଗ ଦାବି କରି ବିନିକା- ସୋନପୁର  ମୂଖ୍ୟ ରାସ୍ତାର ଘୋଡ଼ାଧାର ଛକରେ ରାସ୍ତରାରେ ମୃତ ଦେହ  ରଖି  ଟାୟାର ଜାଲି ତାଙ୍କ ବାପା କଏରା ବଣ୍ଡକି ସହ ପରିବାର ଓ ଅଞ୍ଚଳ ବାସି ସଂନ୍ଧ୍ୟା ୫.୩୦ରୁ ରାସ୍ତା ରୋକ ଚଳାଇଛନ୍ତି .ଘଟଣାସ୍ଥଳରେ ବିନିକା ପୁଲିସ ପହଞ୍ଚିଚନ୍ତି.

Recent Comments

Leave Comments

Top