logo
add image
ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ବାଲିଗୁଡା/୩୦/୦୬/୨୦୨୫/:(ଆଧାର ମିଡ଼ିଆ //ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସି ଅନ୍ତର୍ଗତରେ ଥିବା ବ୍ଲକ୍ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଭାବେ ଦାୟିତ୍ଵ ତୁଲାଇ ଆସୁଥିବା ଦୈତାରୀ ପରିଡ଼ା ସୋମବାର ୩୦ ତାରିଖ ଦିନ ଅବସର ଗ୍ରହଣ କରିଛନ୍ତି l ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମାଧବ ସାହୁ,ଉପସଭାପତି ମଧୁସ୍ମିତା ଦଳପତିଙ୍କ ଉପସ୍ଥିତରେ ବିଦ୍ୟାଳୟ ପରିସରରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି ଲ
ଏଥିରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମ ଲୋଚନ ପଣ୍ଡା, ମୁଖ୍ୟ ବକ୍ତାଭାବେ ଅବସରପ୍ରାପ୍ତ ଏବିଇଓ ବଂଶିଧର ସାହୁ, ସମ୍ମାନିତ ଅତିଥି ଭାବେ ଜାର୍ଗୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିଶିର କାନ୍ତ ପଣ୍ଡାଙ୍କ ସମେତ ଆଖ ପାଖ ବିଦ୍ୟାଳୟର କେତେକ ପ୍ରଧାନ ଶିକ୍ଷକଙ୍କ ଉପସ୍ଥିତ ଥିଲେ l ବିଦାୟ ପ୍ରଧାନ ଶିକ୍ଷକ ଶ୍ରୀ ପରିଡ଼ା ୩୫ବର୍ଷର ଚାକିରୀ କାଳ ମଧ୍ୟରେ ସେ କନ୍ଧମାଳ ଜିଲ୍ଲାର ଦୁଇଟି ବ୍ଲକ୍ ରେ ନିଜର ଶିକ୍ଷକତା ସମୟ ବିତାଇ ଆଜି ଶେଷ ଦିନରେ ବାଲିଗୁଡା ବ୍ଲକ୍ କଲୋନୀରେ କାର୍ଯ୍ୟ ସମାପ୍ତ କରି ନିଜର ବିଭିନ୍ନ ଅନୁଭୁତି ବର୍ଣ୍ଣନା କରିଥିଲେ l

Recent Comments

Leave Comments

Top