logo
add image
ବାପାଙ୍କୁ ମୁଖାଗ୍ନୀ ଦେବାପାଇଁ ଯାଉଥିବା ବେଳେ ଦୁର୍ଘଟଣା-ପୁଅ ବୋହୂଙ୍କ ମୃତ୍ୟୁ

ବାପାଙ୍କୁ ମୁଖାଗ୍ନୀ ଦେବାପାଇଁ ଯାଉଥିବା ବେଳେ ଦୁର୍ଘଟଣା-ପୁଅ ବୋହୂଙ୍କ ମୃତ୍ୟୁ

ବୌଦ୍ଧ/୩/୭ /୨୦୨୫/(ଆଧାର ମିଡ଼ିଆ)-ବିପଦ ଆସିଲାବେଳେ କାହାରିକୁ ସାଥିରେ ନେଇ ଆସେନାହିଁ.ମଣିଷ ଯେତେ ହୁସିଆର ହେଲେ ମଧ୍ୟ ଯେତେବେଳେ ଯୋଗ ଯାହାଥିବ ସେଇଆ ହେବ.ଏଭଳି ଏକ ଅଘଟଣ ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗରେ.ଆଜି ସକାଳେ ଘଟିଛି ଏକ ଦୁଃଖଦ ଘଟଣା ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥର ବୌଦ୍ଧ ଥାନା ଅନ୍ତର୍ଗତ ହରଭଙ୍ଗା ବ୍ଲକର ରାମ୍ଭୀକଟା ଗ୍ରାମ ନିକଟରେ ଆଜି ପାହାନ୍ତିଆ ସମୟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ଏକ କାର ଧକ୍କା ଦେବା ଫଳରେ କାରରେ ଥିବା ଦମ୍ପତିଙ୍କ ମୃତ୍ୟୁ ଘଟିଛି ।
ସୂଚନା ମତେ ନୟାଗଡ଼ ଜିଲ୍ଲାର ଗଣିଆର ରାଜକିଶୋର ସାହୁ ଏବଂ ତାଙ୍କର ଧର୍ମପତ୍ନୀ ମୀନାରାଣୀ ସାହୁ ନୂଆପଡ଼ା ଜିଲ୍ଲାରେ ଚାକିରୀ କରିଥିଲେ.ରାଜକିଶୋର ନିଜ ବାପାଙ୍କ ମୃତ୍ୟୁ ଖବରପାଇ ବାପାଙ୍କୁ ମୁଖାଗ୍ନି ଦେବାପାଇଁ ନିଜ ଗାଁ ଗଣିଆକୁ କାର ଯୋଗେ ଯାଉଥିବା ବେଳେ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ରାମ୍ଭିକଟା ଟୋଲ ଗେଟ ଠାରେ ଠିଆ ହୋଇଥିବା ଏକ ଟ୍ରକକୁ କାର ଧକ୍କା ଦେଇଥିଲା । ଫଳରେ କାରରେ ଥିବା ଉଭୟ ରାଜକିଶୋର ଏବଂ ତାଙ୍କର ପତ୍ନୀ  ଗୁରୁତର ଆହତ ହୋଇଥିଲେ।
ଖବର ପାଇ ୧୧୨  ଆମ୍ବୁଲାନ୍ସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗୁରୁତରଙ୍କୁ ବୌଦ୍ଧଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟ ସ୍ବାମୀ ସ୍ତ୍ରୀଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇଁ ବୋୖଦ୍ଧ ପୁଲିସ ପହଁଚି ଶବ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ରଂଜିତ ମୁନି ସୂଚନା ଦେଇଛନ୍ତି।

Recent Comments

Leave Comments

Top