logo
add image
ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ-ବର୍ଷାପାଣି ନିଷ୍କାସନ ଦାବିରେ ରାସ୍ତା ରୋକ

ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ-ବର୍ଷାପାଣି ନିଷ୍କାସନ ଦାବିରେ ରାସ୍ତା ରୋକ

ବୌଦ୍ଧ/୪/୭/୨୦୨୫/)ଆଧାର ମିଡ଼ିଆ )- ବୌଦ୍ଧ ଜିଲ୍ଲାରେ ଗତ କିଛିଦିନ ଧରି ଲଗାଣବର୍ଷା ଲାଗିରହିବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଯାହାଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲଗାଣ ବର୍ଷାରେ ବୌଦ୍ଧ ସହରର କିଛି ଅଞ୍ଚଳରେ ବର୍ଷାପାଣି ପଶିଲାଣି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସହରର ନିକଟ ବର୍ତ୍ତି ଝାମୁଛକ ନିକଟ ଶ୍ରୀ ବିହାର ସାହିରେ ଲଗାଣ ବର୍ଷାରେ ବର୍ଷା ପାଣି ନିଷ୍କାସନ ହୋଇ ନପାରିବା ଫଳରେ ବର୍ଷା ପାଣି ଶ୍ରୀ ବିହାର ସାହିରେ ଥିବା ଘର ଭିତରକୁ ବର୍ଷାପାଣି  ପ୍ରବେଶ କରିଛି । ଯାହାଫଳରେ ସ୍ଥାନିୟ ଅଂଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଶେଷରେ ବାଧ୍ୟହୋଇ ଅଂଚଳବାସୀ ବର୍ଷାପାଣି ନିଷ୍କାସନ ଦାବିରେ ରାଜରାସ୍ତାକୁ ଓହ୍ଲାଇ ୫୭ ନମ୍ବର ଜାତୀୟ ରାଜପଥରେ  ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାଜରାସ୍ତାକୁ ଅବରୋଧ କରିଥିବା ଦେଖିବାକୁ ମିଳିଛି ।
ରାସ୍ତାରୋକ ଫଳରେ ଗାଡି ମଟର ଚଳାଚଳ କିଛି ସମୟ ଧରି ବନ୍ଦରହିଥିଲା । ଘଟଣାସ୍ଥଳରେ ବୌଦ୍ଧ ପୁଲିସ ପହଂଚି ଆନ୍ଦୋଳନ କାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିବା ଜଣାପଡିଛି । ଏହି ଅଂଚଳଟି ତଳିଆ ଅଂଚଳ ହୋଇଥିବା ବେଳେ ପାଣି ନିଷ୍କାସନ ପାଇଁ ଡ୍ରେନେଜ୍ ର ସୁବିଧା ନଥିବାରୁ ସାମାନ୍ୟ ବର୍ଷାହେଲେ ପଛ ପାଖରେ ଥିବା ଜମି ଗୁଡିକରେ ପାଣି ପୂରୀ ଘର ମଧ୍ୟକୁ ପ୍ରବେଶ କରିଥାଏ  ଜିଲ୍ଲା ପ୍ରଶାସନ ଶୀଘ୍ର ଏହାର ସମାଧାନ କରିବା ପାଇଁ ଶ୍ରୀ ବିହାରର ବାସିନ୍ଦା ମାନେ ଦାବୀ କରିଛନ୍ତି।

Recent Comments

Leave Comments

Top