logo
add image
କାର୍ଯ୍ୟରତ ସାମ୍ବାଦିକ ପରିଷଦର ବୈଠକ

କାର୍ଯ୍ୟରତ ସାମ୍ବାଦିକ ପରିଷଦର ବୈଠକ

ନୂଆପଡା/୦୬/୦୭/୨୦୨୫/(ଆଧାର ମିଡ଼ିଆ//ରିପୋର୍ଟ-ସୁଜିତ କୁମାର ପ୍ରଧାନ)-ନୂଆପଡା ଜିଲ୍ଲା ଖଡ଼ିଆଳ ସହର ସ୍ଥିତ ଦୁଇନମ୍ବର କଲ୍ୟାଣ ମଣ୍ଡପ ଠାରେ ଖଡ଼ିଆଳ କାର୍ଯ୍ୟରତ ସାମ୍ବାଦିକ ପରିଷଦର ବୈଠକ ପରିଷଦର ମୂଖ୍ୟ ସଂଯୋଜକ ତପନ ରଂଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଗତ ଏକ ସପ୍ତାହ ତଳେ କାର୍ଯ୍ୟରତ ସାମ୍ବାଦିକ ପରିଷଦର ସଦସ୍ୟ ସତ୍ୟବ୍ରତ ଷଡଙ୍ଗୀଙ୍କୁ କିଛି ଯୁବକ ତାଙ୍କ ପାର୍ଟସ ଦୋକାନରେ ବସିଥିବା ସମୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ତାଙ୍କୁ ସବୁପ୍ରକାର ସହଯୋଗ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ବୈଠକରେ ନିକଟ ଭବିଷ୍ୟତରେ କାର୍ଯ୍ୟରତ ସାମ୍ବାଦିକ ପରିଷଦ ପକ୍ଷରୁ ଏକ ଓରିଏଣ୍ଟସନ ପ୍ରୋଗ୍ରାମ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ।
କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଅଜିତ କୁମାର ପଣ୍ଡା,ବିଜୟ କୁମାର ସହିସ, ସହ ସଂଯୋଜକ ମୋତିଲାଲ ବାଗ, କୋର କମିଟି ସଦସ୍ୟ ପରମେଶ୍ୱର ବାରିକ,କୋର କମିଟି ସଦସ୍ୟ ଯୁଗେଶ୍ୱର ସଗରିଆ,ସୁଜିତ କୁମାର ପ୍ରଧାନ, କୁନାଲ ଚରଣ ବେହେରା ,ହେମନ୍ତ କୁମାର ବେହେରା,ସନ୍ତୋଷ କୁମାର ଦଣ୍ଡସେନା,,ବାପିନା ସାହୁ, ଶାମ୍ବ କୁମାର ସରାଫ,ଦେବେଶ ହୋତା,ଓମ ପ୍ରକାଶ ଚୌଧୁରୀ,ଚନ୍ଦ୍ର ଶେଖର ବେହେରା,ଦିନନାଥ ଛତ୍ରୀୟ,ଶ୍ୟାମସୁନ୍ଦର ସଗରିଆ,ମାଇକେଲ ନନ୍ଦ,କଲିମ ଖାନ, ରବିକାନ୍ତ ଠେଲା ପ୍ରମୁଖ ଉପସ୍ଥିତ ଥିଲେ।  

Recent Comments

Leave Comments

Top