logo
add image
ଜାତୀୟ ବିଦ୍ୟୁତ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଜାତୀୟ ବିଦ୍ୟୁତ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

କଣିହାଁ/0୬/0୭/୨0୨୫//(ଆଧାର ମିଡ଼ିଆ ରିପୋର୍ଟ //ଟୁନା ସାହୁ) ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକର ଶ୍ରୀଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଗୁଣ୍ଡୁରୀ ଠାରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ-୨୦୨୫ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ପୂର୍ବାହ୍ନ ୧୧ ଘଂଟିକାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ତଥା ବିଦ୍ୟୁତ ନିରୀକ୍ଷକ ଅନୁଗୋଳ ସୁଧାକର ବେହେରା ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀମତୀ ସ୍ମିତାମହାନ୍ତି ନିର୍ବାହୀ ଯନ୍ତ୍ରୀ ଶ୍ରୀମତୀ ମୋନାଲିସା ପାଳ ସମେତ ବିଦ୍ୟା ଳୟର ପ୍ରଧାନ ଶିକ୍ଷକ ବାଗ୍ମୀ ମିଶ୍ର, ସି ଆର ସି ସି, ବଡଗୁଣ୍ଡୁରୀ କ୍ଲଷ୍ଟର, ନୀଳମଣି ବେହେରା, ନିକଟସ୍ଥ ବିଭିନ୍ନ ପ୍ରାଥମିକ,ଉଚ୍ଚ ପ୍ରାଥମିକ,ମାଧ୍ୟମ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ ୟିତ୍ରୀ ସମେତ ସ୍ଥାନୀୟ ଗ୍ରାମବାସୀ ସମସ୍ତ ଅଭିଭାବକ,ଅଭିଭାବିକା ଶତାଧିକ ବ୍ୟକ୍ତିବିଶେଷ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିଥିଲେ l 
ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ୨୦୨୫ ଅବସରରେ ଉପସ୍ଥିତ ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଦ୍ୱାରା ଦୈନନ୍ଦିନ ଜୀବନରେ ହେଉଥିବା ବିଦ୍ୟୁତ ଆଘାତ ଜନିତ ସମସ୍ତ ସତର୍କତା ଅବଲମ୍ବନ ଉପରେ ସଚେତନତା କରାଯିବା ସହ ବିଦ୍ୟୁତ ଆଘାତରୁ ନିଜକୁ ତଥା ନିଜ ପରିବାରକୁ ରାଜ୍ୟ ଏବଂ ଦେଶକୁ ବିଦ୍ୟୁତ ଆଘାତରୁ ରକ୍ଷାକରିବା ନିମନ୍ତେ ଉପସ୍ଥିତ ସମୂହ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ପ୍ରତିଜ୍ଞା ମଧ୍ୟ କରାଯାଇଥିଲା. ପରିଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମତୀ ବାଗ୍ମୀ ମିଶ୍ର ଏଭଳି ଏକ ଅଭିନଵ ସୂଚକ କାର୍ଯ୍ୟ କ୍ରମ ପାଇଁ ଓ ଉପସ୍ଥିତ ବିଦ୍ୟୁତ ବିଭାଗ ଅଧିକାରୀ, ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଗ୍ରାମର ସହଯୋଗୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Recent Comments

Leave Comments

Top