କଣିହାଁ/0୭/0୭/୨0୨୫//(ଆଧାର ମିଡ଼ିଆ//ରିପୋର୍ଟର ଟୁନାସାହୁ)- ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଅନ୍ତର୍ଗତ ବାଲିପଶି ପଞ୍ଚାୟତରେ ଦେଖିବାକୁ ମିଳିଛି ହୃଦୟ ବିଦାରକ ଘଟଣା l ବୃଦ୍ଧ ବାପାଙ୍କୁ ତାଙ୍କ ପୁଅ ପ୍ରଦୀପ ନାଏକ (୩୫) ବୋହୁ ଓ ବୃଦ୍ଧଙ୍କ ସ୍ତ୍ରୀ ବିଶାଖା ନାଏକ (୬୨) ମିଶି ଗ୍ରାମରେ ଥିବା ବସ୍ ଷ୍ଟାଣ୍ଡ ଘରେ ଆଜକୁ ୬ ମାସ ହେବ ନିର୍ଦୟ ଭାବେ ଛାଡି ଦେଇଛନ୍ତି l ବୃଦ୍ଧଜଣକ ନାମହେଲା ଲମ୍ବୋଦର ନାଏକ (୭୦) ଘର ବାଲିପସି ବୋଲି ଜଣାପଡିଛି l ଲମ୍ବୋଦର ନାଏକ ବର୍ଷା ଶୀତ କାକର ରେ ଅସହାୟ ଅବସ୍ଥାରେ ପଡିରହି ମୁର୍ତ୍ୟୁସହ ସଂଗ୍ରାମ କରୁଛନ୍ତି l ବୃଦ୍ଧ ଲମ୍ବୋଦର ଆଖପାଖ ଲୋକଙ୍କୁ ନେହୁରା ହୋଇ ଭୋକିଲା ପେଟକୁ ଦାନା ମୁଠାଏ ପାଇଁ ପଡିଶା ଲୋକଙ୍କୁ ହାତ ପତାଉଛନ୍ତି,
ବର୍ଷା ଓ ଶୀତରେ ଅତ୍ୟଧିକ ହେଲେ ମାଗି ନପାରି ଉପବାସ ପଡି ରହୁଛନ୍ତି ବୃଦ୍ଧ l ବୃଦ୍ଧ ଲମ୍ବୋଦରଙ୍କ ପରିବାରର ନିର୍ଯ୍ୟାତନା ସେପାଖେ ଶ୍ୱାସ ରୋଗ,ବାର୍ଦ୍ଧକ୍ୟ ଯନ୍ତ୍ରଣା ସହ ଭୋକିଲା ପେଟରେ ପଡିରହିଛନ୍ତି l ଦୀର୍ଘଦିନ ହେଲା ପଡିରହିବା ଯୋଗୁଁ ତାଙ୍କ ଦୁଇ ଗୋଡ଼ରେ ଘା ହୋଇ ସଂକ୍ରମିତ ହୋଇଯାଇଛି l ଗ୍ରାମର ଏହି ନୂତନ ବସଷ୍ଟାଣ୍ଡ ନିକଟରେ ପଂଚାୟତ କାର୍ଯ୍ୟାଳୟ ଅବସ୍ଥିତ l ଏଠାକୁ ପ୍ରତେକ ଦିନ ସରପଞ୍ଚ ଓ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଆସନ୍ତି l ଏବୃଦ୍ଧ ପ୍ରତି କୌଣସି ଜନପ୍ରତିନିଧି, ଅଧକାରୀଙ୍କ ନଜର ପଡ଼ୁନାହିଁ l କଣିହାଁ ବିଡିଓ ତ୍ରିବିକ୍ରମ କୁମାର ସରପଞ୍ଚ ହାଡିବନ୍ଧୁ ସେଠିଙ୍କୁଙ୍କୁ ଘଟଣା ସମ୍ପର୍କରେ ଜାଣିବା ପାଇଁ ଯୋଗାଯୋଗ କରିଥିଲେ ମଧ୍ୟରେ ଫୋନଙ୍କୁ କେହି ରିସିଭି କରି ନଥିଲେ l ସ୍ଥାନୀୟ ସାମାଜିକ କର୍ମୀ ଓ ବୁଦ୍ଧିଜୀବୀ ଏତାଦୃଶ୍ୟ ଦେଖି ତାଙ୍କପୁତ୍ର ବୋହୁଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇବାକୁ ଉପଜିଲ୍ଲାପାଳ ଓ ଜିଲ୍ଲାପାଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବୀ କରିଛନ୍ତି l
Recent Comments