ପଦ୍ମପୁର/୧୦/୦୭/୨୦୨୫/ (ଆଧାର ମିଡ଼ିଆ//ଡିଲେଶ୍ୱର ବାଗ): ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ପଦ୍ମପୁରରେ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି । ପ୍ରାତଃ ପର୍ଯ୍ୟାୟରେ ପର୍ଯ୍ୟାୟ ପ୍ରମୁଖ ଶ୍ରୀମତୀ ସୁଜାତା ତ୍ରିପାଠୀ ଗୁରୁ ପୂର୍ଣ୍ଣିମାର ଉଦ୍ଦେଶ୍ୟ କଥନ କରିଥିଲେ ।ଶ୍ରୀଯୁକ୍ତ ଦୁର୍ବାଦଳ ସାହୁ ଗୁରୁଜୀ ଗୁରୁପୂର୍ଣ୍ଣିମା ବିଷୟରେ ବୌଦ୍ଧିକ ପ୍ରଦାନ କରିଥିଲେ। ଶିଶୁ ମନ୍ଦିର ବିଭାଗରେ ଶ୍ରୀଯୁକ୍ତ ରୋହିତ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରି ବ୍ୟାସ ପୂର୍ଣ୍ଣିମା ବିଷୟରେ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଥିଲେ। ଶ୍ରୀଯୁକ୍ତ ମୁଦିରଥ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ପିଙ୍କି ଗୁରୁମା ସଂଯୋଜନା କରିଥିଲା ବେଳେ ରଞ୍ଜିତା ଗୁରୁମା ବୌଦ୍ଧିକ ପ୍ରଦାନ କରିଥିଲେ। ନରେନ୍ଦ୍ର କୁମ୍ଭାର ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ । ସେହି ପରି ବିଦ୍ୟାମନ୍ଦିର ପରିସରରେଏହି ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ଜନକ ଲାଲ ମେହେର ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶିଶୁ ଭାଇ ଭଉଣୀମାନଙ୍କୁ କାହିଁକି ଗୁରୁ ପୂର୍ଣ୍ଣିମା ପାଳନ କରୁ ସେ ବିଷୟରେ ମାର୍ଗ ଦର୍ଶନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ମୁଖ୍ୟ ଅତିଥିଙ୍କ ପରିଚୟ କରିବା ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶ୍ରୀମତୀ ମମତା ଗଡ଼ତିଆ ଗୁରୁମା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବିଦ୍ୟା ମନ୍ଦିର ପ୍ରମୁଖ ଦେବରାଜ ଡନସନା ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।
Recent Comments