logo
add image
ଗଞ୍ଜେଇ ଯାଂଚବେଳେ ମିଲିଲା,୧ କୁଇଣ୍ଟାଲ ୧୦ କେଜି ରୁପା  *

ଗଞ୍ଜେଇ ଯାଂଚବେଳେ ମିଲିଲା,୧ କୁଇଣ୍ଟାଲ ୧୦ କେଜି ରୁପା *

ସମ୍ବଲପୁର/ ୧୦/୦୭/୨୦୨୫/(ଆଧାର ମିଡ଼ିଆ/ରିପୋର୍ଟ-ସୁନିଲ କୁମାର ନାଥ)-ଆଳୁ ଖୋଳୁ ଖୋଳୁ ମହାଦେବ। ରେଙ୍ଗାଲି ଅବକାରୀ ବିଭାଗକୁ ମିଳିଛି ବଡ ସଫଲତତା।ଗଞ୍ଜେଇ ଯାଂଚ ବେଳେ ମିଲିଲା ବିପୁଳ ପରିମାଣର ରୁପା । ପଧାନପାଲି ନିକଟସ୍ଥ ଟୋଲଗେଟ ନିକଟରେ ଅବକାରୀ ବିଭାଗର ଚାଲିଥିଲା ଗଞ୍ଜେଇ ଯାଞ୍ଚ୍। ଗଞ୍ଜେଇ ଚୋରା ଚାଲାଣ ସନ୍ଦେହରେ ଯାଂଚ କରୁଥିଲେ ଗାଡ଼ିଗୁଡ଼ିକୁ। ସଂଦେହରେ ଏକ ମହାରାଷ୍ଟ୍ର ନମ୍ବର ଥିବା ସ୍କୋରପିଓ ଗାଡିକୁ ଅଟକାଇଥିଲେ ଅବକାରୀ ବିଭାଗ ଏବଂ ଯାଞ୍ଚ୍ କଲାପରେ ସେଥିରୁ ଜବତ୍ ହୋଇଥିଲା,୧ କୁଇଣ୍ଟାଲ ୧୦ କେଜି ରୁପାର ଇଟା । ସୁଚନା ଅନୁସାରେ ଗାଡ଼ିଟି ବମ୍ବେରୁ ରାଂଚି ଯାଉଥିଲା । ଏହି ଗାଡ଼ିରେ ଥିବା ୨ ଜଣକୁ ଅବକାରୀ ବିଭାଗ ଅଟକ ରଖିଛି  । ଘଟଣା ସ୍ଥଳରେ ସିଟି ଜିଏସଟି ବିଭାଗ ପହଞ୍ଚି ଛାନ ଭିନ କରୁଛି । ପ୍ରକାଶ ଥାଉ ଯେ , ନିକଟ ଅତୀତରେ ଆଗରୁ ମଧ୍ୟଏହି ଅଞ୍ଚଲ ଏହିପରି ଏକ ବାହାର ରାଜ୍ୟର ଗାଡ଼ିରୁ ବିପୁଳ ମାତ୍ରା ରେ ବେଆଇନ ରୂପା ସାମଗ୍ରୀ ଜବତ୍ କରାଯାଇଥିଲା।

Recent Comments

Leave Comments

Top