ପଦ୍ମପୁର/୧୨/୭/୨୦୨୫/ (ଆଧାର ମିଡ଼ିଆ//ଡିଲେଶ୍ୱର ବାଗ): ବରଗଡ଼ ଜିଲ୍ଲା ତଥା ପଦ୍ମପୁର ଉପଖଣ୍ଡର ଏକ ଅଗ୍ରଣୀ ଅନୁଷ୍ଠାନ "ସହୟୋଗ" ଦ୍ୱିତୀୟ ବର୍ଷରେ ପାଦ ଥାପିବାକୁ ଯାଉଛି। ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ବୁଧବାର ଝାଙ୍କରପାଳି ଠାରେ ବିରାଟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଥିବାବେଳେ ଆସନ୍ତା ୧୬ ତାରିଖ ପଦ୍ମପୁର କଲେଜ ରୋଡସ୍ଥିତ ସିଦ୍ଧି ବିନାୟକ କଲ୍ୟାଣ ମଣ୍ଡପ ଠାରେ ଦ୍ୱିତୀୟ ସ୍ୱନକ୍ଷତ୍ର ଉତ୍ସବ ପାଳନ କରିବାକୁ ଯାଉଛି। ଏହି ଅବସରରେ ପଦ୍ମପୁର ହସ୍ପିଟାଲରେ ଦେଖା ଦେଉଥିବା ରକ୍ତ ଅଭାଭ ସମସ୍ୟାକୁ ନେଇ ଏକ ବିରାଟ ରକ୍ତଦାନ ଶିବିର ଆୟୋଜିତ କରାଯିବ ଓ ଏହି ଶିବିରରେ ସମସ୍ତ ରକ୍ତଦାତା ଯୋଗଦେଇ ସ୍ୱଇଚ୍ଛାରେ ରକ୍ତଦାନ କରିବା ପାଇଁ କାର୍ଯ୍ୟାଳୟରେ ଅନୁରୋଧ କରିଛନ୍ତି ସମ୍ପାଦକ ତାପସ କୁମାର ନାୟକ। ଆଜିର ଏହି ବୈଠକରେ ସଭାପତି ମୌସମ ପାଗଡା, କୋଷାଧ୍ୟକ୍ଷ ପ୍ରଭୁଦତ୍ତ ପଣ୍ଡାଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।ପଦ୍ମପୁର ଅଞ୍ଚଳର ଲୋକମାନଙ୍କ ସୁଖ ଦୁଃଖରେ ସବୁବେଳେ ସାହା ହେଉଥିବା ଉକ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରଗତି ପାଇଁ ଅଞ୍ଚଳବାସୀ ଶୁଭେଚ୍ଛା ପ୍ରଦାନ କରିବା ସହ ବିଭିନ୍ନ ଜାଗାରେ ତାଙ୍କୁ ସମ୍ଭର୍ଦ୍ଧିତ କରିଛନ୍ତି
Recent Comments