ମାଲକାନାଗିରି/ଓଡିଶା/୧୩/୦୭/୨୦୨୫/(ଆଧାର ମିଡ଼ିଆ )-ଆଜି କାଲି ସମ୍ବାଦ ସଂଗ୍ରହ କରିବା କଷ୍ଟକର ହୋଇପଡି ଲାଣି .ସାମ୍ବାଦିକ ମାନେ ସମ୍ବାଦ ସଂଗ୍ରହ କରିବାକୁ ଗଲାବେଳେ ନିଜ ଜୀବନକୁ ପାଣିଛଡ଼େଇ ଯିବାକୁ ପଡୁଛି.କେତେବେଳେ କଣ ହୋଇଯିବ କାହାରିକୁ ଜଣାନାହିଁ.ଏବେ ଯେଉଁ ହୀନ ରାଜନୀତି ଚାଲିଛି ଗଣମାଧ୍ୟମକୁ ମାରିବାକୁ ସମସ୍ତଙ୍କ ଲକ୍ଷ.ଏମିତି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ମୋଟୁ ଥାନା ଅନ୍ତର୍ଗତ ମୁରଲୀଗୁଡ଼ା ଗ୍ରାମ ନିକଟରେ.ଗତକାଲି ମାଲକାନଗିରି ଜିଲ୍ଲାର ମୋଟୁ ଥାନା ଅନ୍ତର୍ଗତ ମୁରଲିଗୁଡା ଗ୍ରାମ ନିକଟରେ କିଛି ଦୁର୍ବୁତ୍ତ ମାନେ ସି.ଏଚ ନରେଶ ନାମକ ଜଣେ ୱେବ୍ ସାମ୍ବାଦିକଙ୍କୁ ଧାରୁଆ ଅସ୍ତ୍ରଶସ୍ତ୍ର ଧରି ଆକ୍ରମଣ କରିଥିଲେ । ଫଳରେ ଉକ୍ତ ସାମ୍ବାଦିକ ଜଣକ ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ଏହି ଘଟଣାକୁ ମାଲକାନଗିରି ଜିଲ୍ଲାର ଏସ.ୟୁ.ଯେ, ଓ.ୟୁ.ଯେ ଓ ଉତ୍କଳ ସଂଘର ସମସ୍ତ ସାମ୍ବାଦିକ ଯାହାକି ଜିଲ୍ଲାର ସାମ୍ବାଦିକ ସମ୍ମନୟ ସମିତି ପକ୍ଷରୁ ମୁଖ୍ୟ ମନ୍ତ୍ରୀଙ୍କ ଉଧେସ୍ୟରେ ଜିଲ୍ଲାର ଏସପିଙ୍କୁ ତିନିଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ତିନିଦଫା ଦାବିରେ ପ୍ରଥମ କରି 24 ଘଣ୍ଟା ମଧ୍ୟରେ ଦୋଷୀଙ୍କୁ ଗିରଫ କରିବା ଦ୍ଵିତୀୟରେ ମୃତ ସାମ୍ବାଦିକଙ୍କ ପରିବାରକୁ 50ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବା ସହ ତୃତୀୟ ଦାବିରେ ଯୁଦ୍ଧକାଳୀନ ଭିତ୍ତିରେ ଓଡ଼ିଶାରେ ସାମ୍ବାଦିକ ସୁରକ୍ଷା ଆଇନ ଆଣିବା ଲାଗି କୁହାଯାଇଛି ।
Recent Comments