logo
add image
ପ୍ରାକ୍ତନ ଛାତ୍ର ଛାତ୍ରୀଙ୍କ ଠୁ ଟିସି ପାଇଁ ୫୦୦ ଟଙ୍କା ଅସୁଲି ଉଚ୍ଚ କର୍ତ୍ତୃପକ୍ଷଙ୍କ ତଦନ୍ତ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି 

ପ୍ରାକ୍ତନ ଛାତ୍ର ଛାତ୍ରୀଙ୍କ ଠୁ ଟିସି ପାଇଁ ୫୦୦ ଟଙ୍କା ଅସୁଲି ଉଚ୍ଚ କର୍ତ୍ତୃପକ୍ଷଙ୍କ ତଦନ୍ତ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି 

ଜମନକିରା,୧୭/୦୭(ଆଧାର ମିଡ଼ିଆ//ରିପୋର୍ଟ- ରାଜେନ୍ଦ୍ର ନାୟକ): ପ୍ରାକ୍ତନ ଛାତ୍ର ଛାତ୍ରୀଙ୍କୁ ସ୍କୁଲ ପରିତ୍ୟାଗ ସାର୍ଟିଫିକେଟ (ଟିସି) ପାଇଁ ଜଣକୁ ୫୦୦ ଟଙ୍କା ଲେଖାଏଁ ନିଆଯାଇଛି। ସ୍କୁଲ ରେ ପାଠ ପଢ଼ୁଥିବା ପ୍ରାୟ ୧୦୭ ଜଣ ଛାତ୍ର ଛାତ୍ରୀଙ୍କୁ ସ୍କୁଲ ରୁ ଫୋନ୍ କରି ୫୦୦ ଟଙ୍କା ଆଣିବାକୁ କହିଥିବା ପ୍ରକାଶ କରିଛନ୍ତି। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଃଶୁକ୍ଳ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଯୁକ୍ତଦୁଇ ପାସ୍ ସାର୍ଟିଫିକେଟ ପ୍ରଦାନ କରାଯାଉଛି। କିନ୍ତୁ ସମ୍ବଲପୁର ଜିଲ୍ଲା ମଙ୍ଗଳ ବିଭାଗ ଅଧୀନ ଷଣ୍ଢପଥର ଉଚ୍ଚ ମାଧ୍ୟମିକ ସ୍କୁଲ୍ ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।ଭାରପ୍ରାପ୍ତ ଅଧ୍ୟକ୍ଷା ଭାବେ ଦାୟିତ୍ୱ ନେବା ପର ଠାରୁ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ମହଲ ରେ ମନମୁଖୀ କାର୍ଯ୍ୟ କରୁଥିବାରୁ ଶିକ୍ଷା ପରିବେଶ ନଷ୍ଟ ହେଉଛି।ଯେଉଁ ଶିକ୍ଷକ କର୍ମଚାରୀଙ୍କ ଉପରେ ରୋଷ ରଖିଥାନ୍ତି ତାକୁ ଅନ୍ୟ ଜଣେ କର୍ମଚାରୀଙ୍କ ମାଧ୍ୟମରେ ଉସୁକାଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟେ ମିଥ୍ୟା ଅଭିଯୋଗ ଆଣିବା ପାଇଁ ଜୋର୍ ଜବରଦସ୍ତ୍ ପ୍ରବର୍ତ୍ତାଇ ଥାନ୍ତି। ଯିଏ ତାଙ୍କ କଥା ନ ମାନିଲେ ତାକୁ ବିଭିନ୍ନ ଉପାୟରେ ହଇରାଣ ହରକତ କରୁଛନ୍ତି।ଏଭଳି ହଇରାଣ ହରକତ,ମାନସିକ ଅବସାଦ ଯୋଗୁଁ ରସାୟନ ବିଜ୍ଞାନ ବିଭାଗ ଅତିଥି ଅଧ୍ୟାପକ ରାକେଶ ପଧାନ ଗତ ଡିଡବ୍ଲୁଓଙ୍କ ଅଫିସ୍ ରେ ଭୋ ଭୋ କାନ୍ଦିବା ସହ ନିଜେ ସ୍ଵେଚ୍ଛାକୃତ ଭାବେ ଚାକିରୀ ରୁ ଇସ୍ତଫା ଦେଇ ଘରକୁ ଚାଲିଯାଇଛନ୍ତି। ଅନ୍ତେବାସୀ ଛାତ୍ରୀ ଙ୍କୁ ମେଟ୍ରୋନଙ୍କ ନାଁ ରେ ଅଭିଯୋଗ କଲେ ତାଙ୍କୁ ଯୁକ୍ତଦୁଇ ପରୀକ୍ଷାରେ ପାସ୍ କରାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇ ମିଥ୍ୟା ଅଭିଯୋଗ ଛାତ୍ରୀ ମାନଙ୍କ ଠାରୁ ଦସ୍ତଖତ କରି ନେଇଥିଲେ।ଏହାକୁ ଭିତିକରି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହ ଚାକିରୀରୁ ବିଦା ପାଇଁ ଡିଡବ୍ଲୁଓଙ୍କୁ ସୁପାରିଶ କରିଥିଲେ।ଏହାପୂର୍ବରୁ ଜଣେ ଅଧ୍ୟାପିକାଙ୍କ ନାଁ ରେ ତାଙ୍କ କ୍ୱାର୍ଟରରେ ଅନୈତିକ କାର୍ଯ୍ୟ ଚାଲିଥିବା ଏଵଂ ତାଙ୍କୁ ଚରିତ୍ରହିନା ଦର୍ଶାଇ ମିଥ୍ୟା ଅଭିଯୋଗ କରିବାରୁ ଚାକିରୀରୁ ବହିଷ୍କାର ହେବାକୁ ପଡିଥିଲା। ତେଣୁ ଏସବୁ ଘଟଣା ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ଵାରା ତଦନ୍ତ କରାଗଲେ ପ୍ରକୃତ ସତ୍ୟ ଜଣାପଡ଼ିବ।ଖାଲି ଏତିକିରେ ତାଙ୍କ କାର୍ଯ୍ୟକଳାପ ସରିନାହିଁ। କୌଣସି ଏକ ଜାଗାକୁ ପିକନିକ୍ ଯିବାକୁ କହି ପିଲାଙ୍କ ଠାରୁ ହଜାରେ ଟଙ୍କା ଲେଖାଏଁ ଅସୁଲି କଲେ।କିନ୍ତୁ ସେମାନଙ୍କୁ ପିକନିକ ତ ନେଲେ ନାହିଁ ଟଙ୍କା ବି ଫେରସ୍ତ କଲେ ନାହିଁ । ଏବେ ସେମାନେ ସ୍କୁଲ୍ ପରିତ୍ୟାଗ କରି ସାରିଛନ୍ତି ତାଙ୍କ ଟଙ୍କା ଆଉ ଫେରି ପାଇବେ ବୋଲି ଆଶା ଦିଶୁ ନାହିଁ । ଏହାବାଦ୍ ପ୍ରାକ୍ତନ ଅନ୍ତେବାସୀ ଛାତ୍ର ଛାତ୍ରୀଙ୍କ ଠାରୁ ହଷ୍ଟେଲ ରେ ରହିବା ଖାଇବା ଖର୍ଚ୍ଚ ବାବଦକୁ ମାସକୁ ୧୧୦୦ ଟଙ୍କା ନେଉଥିଲେ। ଏପରିକି ଜଣେ ପିଲା ଗୋଟିଏ ଦିନ ଘରକୁ ଛୁଟିରେ ଗଲେ କିମ୍ୱା ହଷ୍ଟେଲରେ ଅନୁପସ୍ଥିତ ଥିଲେ ବି ଏତିକି ଟଙ୍କା ନେଇଥାନ୍ତି ବୋଲି କହିଛନ୍ତି। ଗତ ଶୁକ୍ରବାର ସନ୍ଧ୍ୟାରୁ ଆଜି ପର୍ଯ୍ୟନ୍ତ ସ୍କୁଲ ଅଧ୍ୟକ୍ଷା ହେଡ୍ କ୍ୱାର୍ଟର ରେ ଅନୁପସ୍ଥିତ ରହିଛନ୍ତି।ଜଣେ ଅଧ୍ୟାପିକାଙ୍କୁ ପଚାରିବାରୁ ୨/୩ ଦିନ ପାଇଁ ଛୁଟୀ ରେ ଯାଇଥିବା କହିଛନ୍ତି। ଆଜକୁ ସପ୍ତାହେ ହେଲାଣି ସ୍କୁଲ ରେ ଅଧ୍ୟକ୍ଷା ଅନୁପସ୍ଥିତ ଥିବା ବେଳେ ଦାୟିତ୍ୱରେ ଥିବା କର୍ମଚାରୀ ଓଲଟା ମିଥ୍ୟା ତଥ୍ଯ ଦେଇ ତାଙ୍କୁ ସହଯୋଗ କରୁଛନ୍ତି। ବିଭାଗୀୟ ଅଧିକାରୀଙ୍କ ବିଭିନ୍ନ ସମୟରେ ଉପଯୁକ୍ତ ମନିଟରିଂ ଅଭାବରୁ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ଅଚଳାବସ୍ଥା ଦେଖିବାକୁ ମିଳୁଛି। ଗୁରୁବାର ଡିଡବ୍ଲୁଓ ମୃତ୍ୟୁଞ୍ଜୟ ବଡ଼ପଣ୍ଡାଙ୍କୁ ଏଠାକାର ସ୍କୁଲ୍ ଅଧ୍ୟକ୍ଷା ଛୁଟିରେ ଅଛନ୍ତି କି ବୋଲି ପଚାରିବାରୁ କଣ ହୋଇଛି ଅଫିସ୍ କୁ ଯାଇ ଦେଖିଲେ ଯାଇ କହିପାରିବେ ବୋଲି କହିଥିଲେ। ଏଠାରେ ପ୍ରଶ୍ନ ଉଠୁଛି ଯେ, ସ୍କୁଲ ଅଧ୍ୟକ୍ଷାଙ୍କୁ କିଏ ଏତେ ଦିନ କେଉଁ କାରଣରୁ ଛୁଟି ଦେଲେ ବୁଝାପଡୁନାହିଁ। ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଦିଗରେ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକ ମହଲରେ ଦୃଢ଼ ଦାବି ହୋଇଛି।

Recent Comments

Leave Comments

Top