logo
add image
ଯୋଡା ଫ୍ଲାଏଓଭର ଉପରେ ପୁଣି ଏକ ସଡ଼କ ଦୁର୍ଘଟଣା:୭ ଗୋରୁ ଏବଂ ଗୋଟିଏ କୁକୁର ର ମୃତ୍ୟୁ

ଯୋଡା ଫ୍ଲାଏଓଭର ଉପରେ ପୁଣି ଏକ ସଡ଼କ ଦୁର୍ଘଟଣା:୭ ଗୋରୁ ଏବଂ ଗୋଟିଏ କୁକୁର ର ମୃତ୍ୟୁ

ଯୋଡ଼ା/କେନ୍ଦୁଝର,୧୯/୭(ଆଧାର ମିଡ଼ିଆ//ରିପୋର୍ଟ:ଟଙ୍କଧର ପାତ୍ର)କେନ୍ଦୁଝର ଜିଲ୍ଲା ଯୋଡ଼ା ସହର ଦେଇ ଯାଇଥିବା ଫ୍ଲାଏଓଭର ଉପରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ହୋଇଯାଇଛି। ସୂଚନା ଅନୁଯାୟୀ ବଡ଼ବିଲ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଅଜଣା ଟ୍ରକ୍ ଫ୍ଲାଏଓଭର ର ୨୦ ନମ୍ୱର ପିଲର ନିକଟରେ ପ୍ରାୟ ରାତି ୧୦:୩୦ ମିନିଟ ସମୟରେ ଶୋଇ ରହିଥିବା ସାତ ଗୋଟି ଗାଈ ଏବଂ ଗୋଟିଏ କୁକୁର ଉପରେ ଟ୍ରକ ଚଢ଼ିଯାଇ ଫେରାର ହୋଇଯାଇଥିଲା, ଯାହାଫଳରେ ଘଟଣା ସ୍ଥଳରେ ହିଁ ସେହି ନିରୀହ ପଶୁମାନଙ୍କ ର ମୃତ୍ୟୁ ହୋଇଯାଇଥିଲା। ଏହାପରେ ସେଠାକାର ସ୍ଥାନୀୟ ବାସିନ୍ଦା ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚିଥିଲେ ଓ ସେଠାକାର ଲୋମ ଟାଙ୍କୁରା ଦୃଶ୍ୟ ଦେଖି ଦୁଃଖ ପ୍ରକାଶ କରିବା ସହିତ କ୍ରୋଧିତ ହୋଇଥିଲେ । ଏହାର ଉଚିତ ନ୍ୟାୟ ନିମନ୍ତେ ଯୋଡ଼ା ର ବଜରଙ୍ଗ ଦଳ ଓ ନନ୍ଦୀ ଗୋସେବା ର ସଦସ୍ୟ ମାନେ ରାସ୍ତା ଅବରୋଧ କରିଥିଲେ କାରଣ ପ୍ରତ୍ୟେକ ଦିନ ଗୋମାତା ରାସ୍ତା ଉପରେ ଶୋଇରହିଥିବା ସମୟରେ ଏଭଳି ଦୁର୍ଘଟଣା ଘଟୁଛି ଏବଂ ପୋଲିସ ପ୍ରଶାସନ ଏହା ପ୍ରତି କୌଣସି ପଦକ୍ଷେପ ନେଉ ନାହାନ୍ତି। ଯାହାଫଳରେ ଗାଈ ଗୋରୁ ମାନଙ୍କର ବଂଶ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି। ଶେଷରେ ଆଶାର ଦ୍ୱାର ଫାଉଣ୍ଡେସନ ର ନିର୍ଦେଶକ ବିଜୟ ମହାକୁଡ ଯୋଡ଼ା ପୋଲିସ ପ୍ରଶାସନକୁ ଖବର ଦେବା ପରେ ଯୋଡ଼ା ଥାନା ଅଧିକାରୀ ଓ ବଡ଼ବିଲ ଏସଡିପିଓ ଦେବେନ୍ଦ୍ରନାଥ ପିଙ୍ଗୁଆ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ବୁଝା ସୁଝା କରିଥିଲେ। ସମସ୍ତ ମୃତ୍ୟୁ ଗାଈ ଓ କୁକୁର ଙ୍କୁ ଯୋଡ଼ା ପୌରପାଳିକା ର ସହଯୋଗ ରେ ନିକଟସ୍ଥ ଅଞ୍ଚଳରେ ପୋତା ଯାଇଥିଲା। ପୋଲିସ ପ୍ରଶାସନ ଏହି ଘଟଣାରେ ସଂପୃକ୍ତ ଥିବା ଦୋଷୀ କୁ ଯଥା ଶୀଘ୍ର ଗିରଫ କରିବେ ବୋଲି ପ୍ରତଶ୍ରୁତି ଦେଇଥିଲେ ଏବଂ ଏଭଳି ଦୃଘଟଣା କୁ କିପରି ରୋକାଯାଇ ପାରିବ ତାହାକୁ ନେଇ ଉଚିତ ପଦକ୍ଷେପ ନେବେ ବୋଲି ମଧ୍ୟ କହିଥିଲେ।

Recent Comments

Leave Comments

Top