କାକଟପୁର/୧୯/୭/୨୦୨୫/(ତୁଷାର ଦୀକ୍ଷିତ )-ସରକାରଙ୍କ ରାଜସ୍ୱ ପାଣ୍ଠି ବୃଦ୍ଧିରେ ବର୍ତ୍ତମାନ ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍ଥାନ ରହିଛି। ଅସ୍ତରଙ୍ଗ ଅଞ୍ଚଳରେ କିଛି ମଦ ମାଫିଆ ସରକାରଙ୍କ ଗାଇଡ଼ ଲାଇନରୁ ବାହାରି ଚୋରା ମଦ ବ୍ୟବସାୟରେ ମାତିଛନ୍ତି, ଯାହାକୁ ନେଇ ଅସ୍ତରଙ୍ଗ ଅଞ୍ଚଳରେ ବିଭିନ୍ନ ସମୟରେ ଅନେକ ଅଘଟଣ ଘଟିଛି. କିନ୍ତୁ ଅସ୍ତରଙ୍ଗ ପୋଲିସ ତରଫରୁ ଏସବୁ ବନ୍ଦ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ. ଫଳରେ ଗ୍ରାମାଞ୍ଚଳରେ ନିଶାଗ୍ରସ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଯାହା ସାଧାରଣ ଲୋକଙ୍କ ଜୀବନ ଶୈଳୀକୁ ପ୍ରଭାବିତ କରୁଥିବାରୁ ପ୍ରଶାସନ ଉପରେ ଭରସା ନକରି ବଜାର କମିଟି ନେଇଛି ଦୃଢ଼ ନିଷ୍ପତି .ବଜାରରେ ମଦ କେହି ବିକିବେନି କି କେହି ମଦ ପିଇବିବେନି. କମିଟି ନିର୍ଦେଶକୁ ଅବମାନନା କଲେ ହେଵ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏହିଭଳି ଏକ ନିର୍ଦେଶ ଥିବା ପୋଷ୍ଟର ବଜାରରେ ପ୍ରତ୍ୟେକ ଦୋକାନ ଓ ଅନ୍ୟ ସ୍ଥାନରେ ମରାଯାଇଛି।
ଏହି ସଚେତନତା ବାର୍ତ୍ତା ଆସିଛି ପୋଟଳ ଛକ ଲଷ୍ମୀ ବଜାରରୁ ପୋଷ୍ଟରରେ ଲେଖା ଯାଇଛି .ବଜାରରେ କୌଣସି ସ୍ଥାନରେ ମଦ ବିକ୍ରି କି ମଦ୍ୟପାନ ସମ୍ପୂର୍ଣ୍ଣ ନିଷେଧ ଅନ୍ୟଥା ବିହୀତ କାର୍ଯ୍ୟାନୁଷ୍ଠାନ, ଅସ୍ତରଙ୍ଗ ଅଞ୍ଚଳରେ ପୋଟଳ ବଜାର ଏକ ଛୋଟ ମାର୍କେଟରେ ଚୋରା ମଦ ବ୍ୟବସାୟୀ ଓ ମଦ୍ୟପଙ୍କ ପାଇଁ ଯେତେବେଳେ ଲୋକ ଏକତ୍ରିତ ହେଉଛନ୍ତି ସେହି ପରିସ୍ଥିତିରେ ଅସ୍ତରଙ୍ଗ ମୁଖ୍ୟ ବଜାରରେ କଣପାଇଁ ନୁହେଁ ବୋଲି ସାଧାରଣରେ ପ୍ରଶ୍ନବାଚୀ କରିଛି l
ସୂଚନା ମୁତାବକ ଅସ୍ତରଙ୍ଗ ବଜାରରେ ୨ ଗୋଟି ବାର ଏକ ଗୋଟି ପଞ୍ଜିକୃତ ମଦ ଦୋକାନ ଓ ହାଟ ଗଳିରେ ୧ ଗୋଟି ଦେଶୀ ଦୋକାନ ସ୍ୱୀକୃତି ପାଇଛି .ମାତ୍ର ଦୁଇଟା ବାରଥାଇ ମଧ୍ୟ ଦିନ ତମାମ ବଜାରରେ ଥିବା ବେଆଇନ ଉଠା ଚାଖେଣୀ ଦୋକାନ ଖୁଲୁମ ଖୁଲା ଖୋଲୁଛି କୃତିମ ବାର. ଯେଉଁ କାରଣରୁ ମଦ୍ୟପଙ୍କ ସଂଖ୍ୟା ରାସ୍ତା ଘାଟରେ ଏଭଳି ବୃଦ୍ଧି ହେଉଛି ସ୍କୁଲ, କଲେଜ, ବଜାର,ହସ୍ପିଟାଲ, ଥାନା, ତହସିଲ ବ୍ଲକ କିମ୍ବା ଅନ୍ୟ ସାଧାରଣ ଯାତ୍ରୀଙ୍କ ପାଇଁ ସବୁବେଳେ ସମସ୍ୟା ସୃଷ୍ଟି ହେଉଛି,
ଆଜି ନିମାପଡା ବଳଙ୍ଗା ଅଞ୍ଚଳରେ ଯେପରି ଜଣେ ଛାତ୍ରୀଙ୍କ ସହ ୩ ଦୁର୍ବୁର୍ତ୍ତ ଜଘନ୍ୟ କାଣ୍ଡ ଘଟାଇଛନ୍ତି ସେଥିପାଇଁ ଏହି ମଦ୍ୟପ ଙ୍କ ଆଡ୍ଡା ଦେଈ ରାସ୍ତା ଅତିକ୍ରମ କରୁଥିବା କଲେଜ ବିଦ୍ୟାଳୟ ଛାତ୍ରୀମାନେ ସମ୍ପୂର୍ଣ୍ଣ ଭୟଭୀତ ହେଈ ଯାଇଛନ୍ତି, ମୋଟାମୋଟି ଭାବେ କହିବାକୁ ଗଲେ ପୋଟଳ ବଜାରର ବାର୍ତ୍ତା ଅସ୍ତରଙ୍ଗ ମୁଖ୍ୟ ବଜାରରେ କରାଗଲେ ଅସ୍ତରଙ୍ଗ ବଜାରକୁ ମଦ୍ୟପ ମୁକ୍ତ କରାଯାଇପାରିବ,ଏଥିପାଇଁ ପୋଲିସ ପ୍ରଶାସନ ସହିତ ଜନସାଧାରଣଙ୍କୁ ସଚେତନତା ହେବାକୁ ବିଭିନ୍ନ ମହଲ ରେ କୁହାଯାଇଛି l
Recent Comments