logo
add image
ବଜ୍ରପାତ ନେଲା ୫ ଛେଳିର ଜୀବନ

ବଜ୍ରପାତ ନେଲା ୫ ଛେଳିର ଜୀବନ

ବାଲିଗୁଡା/୧୯/୦୭/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକ୍‌ ଅଞ୍ଚଳରେ ଦୁଇଦିନ ହେଲା ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ହେଉଛି। ଶନିବାର ଦାରିଙ୍ଗବାଡି ବ୍ଲକ୍‌ ତିଲୋରୀ ପଞ୍ଚାୟତ ଜଗେରମାହା ଗ୍ରାମରେ ବଜ୍ରପାତ ଘଟି ଜୋସେଫ ପ୍ରଧାନଙ୍କର ୫ ଟି ଛେଳିଙ୍କର ମୃତ୍ୟୁ ହୋଇଛି। ପ୍ରକାଶ ଯେ, ଗତ ୨ ଦିନହେଲା ଭାରତ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ବିଭିନ୍ନ ଅଞ୍ଚଳରେ ବଜ୍ରପାତ ସହିତ ବର୍ଷା ଓ ପବନ ହେବାର ସୂଚନା ଦିଆଯାଇଥିଲା। ଏଥିପ୍ରତି ସତର୍କ ରହିବାକୁ ମଧ୍ୟ ଅନୁରୋଧ କରାଯାଉଥିଲା। କିନ୍ତୁ ଏବେ ଧାନରୁଆ କାର୍ଯ୍ୟ ଚାଲିଥିବା ସହ ଅଞ୍ଚଳରେ ଉଦ୍ୟାନ କୃଷି କାର୍ଯ୍ୟରେ ବିଭିନ୍ନ ପ୍ରକାର ପନିପରିବା ଚାଷ କାର୍ଯ୍ୟ ଚାଲିଛି। ତେଣୁ ଚାଷୀମାନଙ୍କ ଗୋରୁ, ମଇଁଷି, ଛେଳି ପଲ ମଧ୍ୟ ଜଙ୍ଗଲରେ ଚରାବୁଲା କରୁଥିବାରୁ ଅଘଟଣ ଘଟିଥିବା କୁହାଯାଇଛି। ଏଣୁ ଛେଳି ଚାଷ ଉପରେ ନିର୍ଭର କରୁଥିବା ଜୋସେଫ ଏବେ ଚିନ୍ତାରେ ପଡିଛନ୍ତି। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ସରକାରୀ ସହାୟତା ପ୍ରଦାନ କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l

Recent Comments

Leave Comments

Top