ବାଲିଗୁଡା/୧୯/୦୭/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଫ୍ରେଣ୍ଡସ ଗ୍ରୁପର ନବମ ବାର୍ଷିକ ଗଣେଷ ପୂଜା ପ୍ରସ୍ତୁତି ବୈଠକ ସଭାଗୃହ ନିକଟରେ ଅନୁଷ୍ଠିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷର ଗଣେଷ ପୂଜା ଅଗଷ୍ଟ ମାସ ୨୭ ତାରିଖ ଆୟୋଜନ ହେବ, ଏହାକୁ ଦୃଷ୍ଟିରେ ରଖି ଗ୍ରୁପ ପକ୍ଷରୁ ପୂର୍ବବର୍ଷ ମାନଙ୍କ ଠାରୁ ଚଳିତ ବର୍ଷର ଗଣେଷ ପୂଜାକୁ ଆହୁରି ସରସ ସୁନ୍ଦର କରି ଆୟୋଜନ କରାଯିବା ପାଇଁ ଆଲୋଚନା କରାଯାଇଥିଲା l ସେଥି ମଧ୍ୟରେ ପାଟଖଣ୍ଡା ମନ୍ଦିର ପରିସରରେ ଥିବା ପୂଜା ମଣ୍ଡପରେ ପୂଜା କରାଯିବ,ଲାଇଟ ଓ଼ ସାଜସଜ୍ଜା, ପ୍ରସାଦ ବଣ୍ଟନ, ୧୦୮ ଆଳତୀ କାର୍ଯ୍ୟକ୍ରମ ଭଳି ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ପାଇଁ ଗ୍ରୁପର ସମସ୍ତ ସଦସ୍ୟଙ୍କ ସହମତିରେ ନିଷ୍ପତ୍ତି ନିଆଯାଇ ଦାୟିତ୍ୱ ବଣ୍ଟନ କରାଯାଇଛି l
Recent Comments