ବିଷମକଟକ/ରାୟଗଡା/୧୯/୦୭/୨୦୨୫/ (ଆଧାର ମିଡ଼ିଆ//ରିପୋର୍ଟ- କାଷିନାଥ ପାଳ)-ବିବାହିତ ମହିଳା ଅନୁ ବ୍ରେକବାଡାଙ୍କ ବେକରେ ରଶି ଲଗେଇ ଥିବା ଅବସ୍ଥାରେ ସନ୍ଦେହଜନକ ମୃତ୍ୟୁକୁ ନେଇ ବାପଘର ଲୋକେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।ବିଷମ କଟକ ଥାନା ଅଧୀନସ୍ଥ ଚାଞ୍ଚରାଗୁଡ଼ା ସଦର ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା। ସ୍ତ୍ରୀ ଅନୁ ବ୍ରେକବାଡାଙ୍କ ଦେହ ଅସୁସ୍ଥ ଅଛି କହି ସ୍ଵାମୀ ମକର କାଦ୍ରାକା ବିଷମ କଟକ ସରକାରୀ ଡ଼ାକ୍ତରଖାନରେ ଅନୁଙ୍କୁ ଭର୍ତ୍ତି କରିଥିଲେ। ଚିକିତ୍ସା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ତେବେ ସନ୍ଦେହ ହେବାରୁ ଡାକ୍ତର ବିଷମ କଟକ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଁଚି ସବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସ୍ଵାମୀ ମକର କାଦ୍ରାକାଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ ଚନ୍ଦ୍ରପୁର ଥାନା ଅନ୍ତର୍ଗତ କାର୍ଡପାଙ୍ଗା ଗ୍ରାମର ସନ୍ତୋଷ ବ୍ରେକବାଡାଙ୍କ ଝିଅ ଅନୁ ବ୍ରେକବାଡା ୫ ବର୍ଷ ପୂର୍ବରୁ ବିଷମ କଟକ ଥାନା ଅନ୍ତର୍ଗତ ଚଞ୍ଚାରଗୁଡ଼ା ଗ୍ରାମର ମକର କାଡରାକାଙ୍କୁ ବିବାହ କରିଥିବା ବେଳେ ବାରମ୍ବାର ମକର ସ୍ତ୍ରୀ ଅନୁଙ୍କୁ ମାନସିକ ନିର୍ଯାତନା ଦେଇ ଆସୁଥିଲା. ଗତକାଲି କୌଣସି କାରଣରୁ ମାରପିଟ୍ କରିଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି। ଘରେ ରଶି ଲଗାଇ ମୃତ୍ୟୁ ହୋଇଥିବା ବେଳେ ସ୍ଵାମୀ ଡାକ୍ତରଙ୍କୁ ଅନୁ ଅସୁସ୍ଥ ଥିବା ଦର୍ଶାଇବା ଏ ସମସ୍ତ ପାରିପାର୍ଶ୍ଵିକ ଘଟଣାକୁ ଦୃଷ୍ଟିରେ ରଖି ନିଜେ ସ୍ଵାମୀ ମକର ସ୍ତ୍ରୀ ଅନୁକୁ ହତ୍ୟା କରିଦେଇଥିବା ଅନୁର ବାପଘର ଲୋକେ ଅଭିଯୋଗ କରିଛନ୍ତି। ଘଟଣାରେ ବିଷମ କଟକ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ସବ ବ୍ୟବଚ୍ଛେଦ ପରେ ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ସେପଟେ ବିଷମ କଟକ ଏସଡିପିଓ ସନ୍ତ୍ପଶିନି ଓରାମଙ୍କ ସମେତ ସାଇଣ୍ଟଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିବା ଜଣାପଡିଛି।
Recent Comments