ବୌଦ୍ଧ,୧୯/୦୭(ଆଧାର ମିଡ଼ିଆ//ରିପୋର୍ଟ-ଧବଳେଶ୍ଵର ମହାପାତ୍ର)ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ କାର୍ଯ୍ୟ କ୍ଷେତ୍ରରେ ମହିଳାଙ୍କୁ ଯୌନ ଶୋଷଣ ନିରାକରଣ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କାର୍ଯ୍ୟ କ୍ଷେତ୍ରରେ ମହିଳାଙ୍କୁ ଯୌନ ଶୋଷଣ ନିରାକରଣ,ନିଷେଧ ଓ ସମାଧାନ ଆଇନ୍ ୨୦୧୩ ସମ୍ପର୍କରେ ସଚେତନ କରା ଯାଇଥିଲା |ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ଜ଼ିଲ୍ଲା ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ, ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼.ପ୍ରଦୀପ କୁମାର ଗୁରୁ, ଏସ.ଡି.ପି.ଓ. ଆନନ୍ଦ ଚନ୍ଦ୍ର ଡୁଙ୍ଗଡୁଙ୍ଗ,ଅବକାରୀ ଅଧିକ୍ଷକ ଶାନ୍ତି ମlରାଣ୍ଡି ଙ୍କ ସମେତ ସମସ୍ତ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ lସମସ୍ତ କାର୍ଯ୍ୟାଳୟରେ ଏ ସମ୍ପର୍କିତ ଆଭ୍ୟନ୍ତରୀଣ କମିଟି ଆଜି ସନ୍ଧ୍ୟା ସୁଦ୍ଧା ଯୁଦ୍ଧ କାଳୀନ ଭିତ୍ତି ରେ ଗଠନ ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା ନିର୍ଦ୍ଦେଶ ଦେଇଥିଲେ | ଆଭ୍ୟନ୍ତରୀଣ କମିଟି ର ବୈଠକ ପ୍ରତି ମାସରେ ବସିବ lପୋର୍ଟାଲ ରେ ସମସ୍ତ ଅଭିଯୋଗ ପଞ୍ଜିକୃତ ହେବ l ବିଦ୍ୟାଳୟ, ମହାବିଦ୍ୟାଳୟ ରେ କମ୍ପ୍ଲେନ ବାକ୍ସ ରହିବ lଏହି ପୋଷ ଆକ୍ଟ ସମ୍ବନ୍ଧୀୟ ଅନ ଲାଇନ ବୈଠକ କରି ଶୀଘ୍ର ବିଦ୍ୟାଳୟ ମାନଙ୍କ ରେ ମଧ୍ଯ କମିଟି ଗଠନ ପାଇଁ ଜ଼ିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ଯେ କୌଣସି କାର୍ଯ୍ୟାଳୟ ରେ ୧୦ ଜଣ କିମ୍ବା ତଦୁର୍ଦ୍ଧ ଥିଲେ,ଏହି କମିଟି ଗଠନ ବାଧ୍ୟ୍ୟତାମୂଳକ ରହିବ l ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ମାନଙ୍କ ରେ ସମସ୍ତ ଙ୍କୁ ସେନସିଟିଭ କରାଯିବା ପାଇଁ ଏ ନେଇ ସଚେତନତା ଶିବିର ଅନୁଷ୍ଠିତ ହେବ lବିଭିନ୍ନ ଆବାସିକ ବିଦ୍ୟାଳୟ କୁ ମଧ୍ୟ ଅଧିକାରୀ ମାନେ ବାରମ୍ବାର ପରିଦର୍ଶନ କରିବାକୁ ଯିବା ପାଇଁ ଜ଼ିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ lଆଜିର ବୈଠକ ରେ ଏସ ଏଚ ଇ ବକ୍ସ ର ବ୍ୟବହାର ନେଇ ମଧ୍ୟ ପାୱାର ପ ଏ ଣ୍ଟ ରେ ଇ ଗଭର୍ନେନ୍ସ ମ୍ୟାନେଜର ସମୀର କୁମାର ନାଏ କ ଉପସ୍ଥାପନ କରିଥିଲେ l ସମସ୍ତ ବିଡ଼ିଓ, ସିଡିପିଓ ନିଜ ନିଜ ସ୍ତର ରେ ସୁପଭାଇଜର, ଅଙ୍ଗନବାଡି କର୍ମୀ,ଆଶାକର୍ମୀ ଙ୍କୁ ନେଇ ବୈଠକ କରିବେ lସମସ୍ତ କର୍ମ କ୍ଷେତ୍ରରେ ଅଧିକାରୀ,କର୍ମଚାରୀ ଙ୍କ ମଧ୍ଯ ରେ ଭାତୃତ୍ବ ଭାବ ରହିବ ଏବଂ ସମସ୍ତେ ଟିମ ସ୍ପିରିଟ ନେଇ କାମ କରିବା ପାଇଁ ଜ଼ିଲ୍ଲାପାଳ ଆହ୍ୱାନ ଦେଇଥିଲେ l ବୈଠକ ଆରମ୍ଭ ରେ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ କନକଲତା ନାୟକ ସମସ୍ତ ଙ୍କୁ ସ୍ୱାଗତ କରିବା ପୂର୍ବକ ବୈଠକ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ lସଭା ଶେଷରେ ଜ଼ିଲ୍ଲାପାଳ ବୌଦ୍ଧ ଜ଼ିଲ୍ଲା ରେ ଏଭଳି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଙ୍କ ସହଯୋଗ କାମନା କରିଥିଲେ l
Recent Comments