logo
add image
ଗଞ୍ଜେଇସହ ୧୦ଜଣ ଗିରଫ-୬ ବାଇକ ଜବତ

ଗଞ୍ଜେଇସହ ୧୦ଜଣ ଗିରଫ-୬ ବାଇକ ଜବତ

କନ୍ଧମାଳ/୨୦/୦୭/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ):ଗଞ୍ଜେଇ ବିରୋଧୀ ଅଭିଯାନରେ ଗୋଚ୍ଛାପଡା ପୁଲିସକୁ ମିଳିଛି ଏକ ବଡ ସଫଳତା। ଦେଢ କ୍ବିଣ୍ଟାଲ ଗଞ୍ଜେଇ ସହିତ ୬ଟି ବାଇକ ଜବତକରିଛି ପୁଲିସ। ଏଥିରେ ସମ୍ପୃକ୍ତ ୧୧ ଚାଲାଣ କାରୀଙ୍କୁ ଧରିଛି ପୁଲିସ। ସୂଚନା ଅନୁଯାୟୀ ଗୋଛାପଡା ଥାନା ଅଧିକାରୀ ଚିରଞ୍ଜିବୀ ବେହେରାଙ୍କ ନେତୃତ୍ୱରେ ଏସଆଇ ଅନନ୍ତ ପ୍ରଧାନ ଓ ଅନ୍ୟମାନେ ପାଟ୍ରୋଲିଙ୍ଗ କରୁଥିବା ସମୟରେ ସଲାଗୁଡା ପଞ୍ଚାୟତର ମୁଣ୍ଡାସାହି କାଟ୍ରାମାଲା ନିକଟରୁ ଜଣେ ନାବାଳକ ସହ ଅନ୍ୟ ଦଶଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ତାଙ୍କଠାରୁ ଦେଢ଼ କୁଇଣ୍ଟାଲ ଗଂଜେଇ ଓ ଛଅଟି ଦାମୀ ବାଇକ ଜବତ କରିଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ବଲାଙ୍ଗୀର ଅଞ୍ଚଳର ଓ ସେମାନେ ଗୋଛାପଡା ଅଞ୍ଚଳରୁ ବଲାଙ୍ଗୀରକୁ ଗଞ୍ଜେଇ ଚାଲାଣ କରୁଥିବା ପୁଲିସ ସ୍ପଷ୍ଟକରିଛି। ଗିରଫମାନେ ହେଲେ ବଲାଙ୍ଗୀର ଜିଲ୍ଲା ଲାଠୋର ଗାଁର ବିଭୁତି ସାହୁ, ସଞ୍ଜୟ ସାହୁ, ଶିବ ସାହୁ, ଲରମ୍ଭା ଥାନା ଘୁମେର ଗାଁର ଅରୁଣ ସାହୁ, ଅନିଲ ସାହୁ, ଶ୍ରୀକାନ୍ତ ବନଗୁଳା, ସୁମନ୍ତ ଦଳେଇ ଓ ପବିତ୍ର ସାହୁ, ପାଟଣାଗଡ଼ ଥାନା କଳାଙ୍ଗାପାଲି ଗାଁର ଜିତେନ୍ଦ୍ର ସାଣ୍ଢ ଓ ଅଜିତ ବାରିକ। ଏହି ଘଟଣାରେ ଗୋଛାପଡା ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲାଣ କରିଛି।

Recent Comments

Leave Comments

Top