logo
add image
ବଡ଼ରମା ଘାଟିରେ ବାଇକ ଦୁର୍ଘଟଣା-ଅଜଣା ଗାଡ଼ିଧକ୍କାରେ ଜଣେମୃତ,୨ ଗୁରୁତର

ବଡ଼ରମା ଘାଟିରେ ବାଇକ ଦୁର୍ଘଟଣା-ଅଜଣା ଗାଡ଼ିଧକ୍କାରେ ଜଣେମୃତ,୨ ଗୁରୁତର

ଜମନକିରା/ସମ୍ବଲପୁର /୨୧/୭୨୦୨୫/(ଆଧାର ମିଡ଼ିଆ): ବଡ଼ରମା ଘାଟି ପ୍ରଥମ ବୁଲାଣିରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ଘଟଣା ସ୍ଥଳରେ ହିଁ ମୁତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ସମ୍ବଲପୁର ସଦର ଡାକ୍ତରଖାନାକୁ ପଠାଯାଇଛି । ଏମାନେ ଜମନକିରା ପଟୁ ସମ୍ବଲପୁର ଫେରୁଥିବା ବେଳେ ବଡରମା ଘାଟି ପ୍ରଥମ ବୁଲାଣିରେ ଏକ ଅଜଣା ଟ୍ରକ୍ ଧକ୍କାଦେଇ ଚାଲିଯାଇ ଥିଲା। 
ପୁଲିସ ସୂତ୍ରରୁ ପ୍ରକାଶ ଯେ ଆଜି ଅଢେଇ ଟା ରୁ ୩ଟା ମଧ୍ୟରେ ଏହି ଦୁର୍ଘଟଣା ଘଟି ଥିଲା। ମୃତକ ନକ୍ସିଆପାଲି ଗାଁ ର ରାଜନ୍ ସାହାଣୀ (୨୧) ବୋଲି ପରିଚୟ ମିଳିଛି। ଆହତ ଦୁଇ ଜଣ ହେଲେ ଓମ୍ ବାଘ୍ ଓ ସୁମନ୍ତ ବାଘ୍। ଜମନକିରା ଥାନା ଅନ୍ତର୍ଗତ ଗୌଡ଼ପାଲି ଫାଣ୍ଡିରେ ମୃତକଙ୍କ ଭାଇ ମାନସ ସାହାଣୀ ଏକ ଲିଖିତ ଅଭିଯୋଗ କରିଛନ୍ତି । ଆସନ୍ତା କାଲି ଶବ ବ୍ୟବଛେଦ କରାଯିବ। ବାଇକ ରେଜିଷ୍ଟସନ୍ ନମ୍ବର ଓଡ଼ି୧୫ଏ ବି ୩୩୫୩ ।

Recent Comments

Leave Comments

Top