ଵିଷମକଟକ/ରାୟଗଡା/୨୨/୦୭/୨୦୨୫/(ଆଧାର ମିଡ଼ିଆ//କାଷିନାଥ ପାଳ)- ବିଷମ କଟକ ଥାନା ପରିଷାରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଷମ କଟକ ଥାନା ଅଧିକାରୀ ସୂର୍ଯ୍ୟଚନ୍ଦ୍ର ପାଢୀ କାର୍ଯ୍ୟକ୍ରମର ଅଧ୍ୟକ୍ଷତାରେ କରିଥିଲେ । ଏ ଅବସରରେ ବିଷମ କଟକ ଥାନା ଅଂଚଳ ଆଇନ ଶୃଙ୍ଖଳା ସ୍ଥିତି, ଉପରେ ଆଲୋଚନା କରାଯାଇଥିବା ସହ ଅଂଚଳ ବାସୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତର କରାଯାଇଥିଲା । ନାବାଳକ ମାନେ ଗାଡି ଚଳାଇବା,ମଦ୍ୟପାର କରି ବେପରୁଆ ଭାବେ ଗାଡି ଚଳାଇବା, ସ୍କୁଲ ଏବଂ କଲେଜ ଯିବା ଛଡିବା ସମୟରେ ରୋଡ୍ ରୋମିୟ ମାନଙ୍କ ଉତ୍ପାତ, ରାସ୍ତାରେ ଗାଇ ମାଲିକ ମାନେ ଗାଡି ଛାଡିଦେଉଥିବା ,ବିଭିନ୍ନ ସମୟରେ ଚୋରୀ ହେଉଥିବା ସଂକ୍ରାନ୍ତରେ ଥାନା ଅଧିକାରୀଙ୍କ ଦୃଷ୍ଟି ଗୋଚର କରାଯାଇଥିଲା ।
ବିଷମ କଟକ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ ଟିକେ କଡା କଡି କରି ସ୍ଥାନ ସ୍ଥାନରେ ପୋଲିସ୍ କର୍ମଚାରୀ ନିୟୋଜିତ କରିବା ଏବଂ ସିସି କ୍ୟାମେରା ସଂଯୋଗ କରିବାକୁ ପ୍ରସ୍ତାବ ଦେଇଥିଲେ ଉପସ୍ଥିତ ବ୍ୟକ୍ତି ବିଶେଷ ମାନେ । ଆମ ପୋଲିସ୍ କାର୍ଯ୍ୟକ୍ରମରେ ବିଷମ କଟକ ବ୍ଲକ ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ,ସ୍ଥାନୀ ୟସରପଂଚ ନମିତା କୁଲସିକା ଙ୍କ ସମେତ ଡ୍ରାଇଭର ସଂଘର ସଦସ୍ୟ,ବରିଷ୍ଠ ନାଗରିକ ଏବଂ ବିଷମ କଟକ ଅଚଂଳର ଭଦ୍ରବ୍ୟକ୍ତି ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ପୋଲିସ୍ ବିଭାଗ ତରଫରୁ ଏସ୍.ଆଇ ସାରିକା ସେଠ୍,ଏସ୍.ଆଇ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ଏ.ଏସ୍.ଆଇ. ପ୍ରିତି ରଂଜନ ବାରିକ ଉପସ୍ଥିତ ରହି ଲୋକଙ୍କ ପ୍ରସ୍ତାବ ସବୁକ ଲିପିବଦ୍ଧ କରିଥିଲେ ।
Recent Comments