logo
add image
ବଲାଣିରେ ଭାରତୀୟ ମଜଦୂର ସଂଘର ୭୦ ତମ ସ୍ଥାପନା ଦିବସ ପାଳିତ l

ବଲାଣିରେ ଭାରତୀୟ ମଜଦୂର ସଂଘର ୭୦ ତମ ସ୍ଥାପନା ଦିବସ ପାଳିତ l

ବଡବିଲ/୨୩/୭/୨୫/(ଆଧାର ମିଡ଼ିଆ//ରାଜେନ୍ଦ୍ର ନନ୍ଦ) କେନ୍ଦୁଝର ଜିଲ୍ଲା ସୀମାନ୍ତ ଖଣି ଅଞ୍ଚଳ ବଲାଣି ଟାଉନସିପ ସ୍ଥିତ ବଲାଣି ମଜଦୂର ସଂଘ କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରି ଭାରତୀୟ ମଜଦୂର ସଂଘ ଚଳିତ ବର୍ଷରେ ୭୦ ତମ ସ୍ଥାପନା ଦିବସ ପୁର୍ଣ୍ଣ ହୋଇଥିବାରୁ ଦେଶର ବିଭିନ୍ନ ସ୍ଥାନରେ ପାଳନ କରାଯାଉଥିବା ବେଳେ ବଲାଣିରେ ଖୁବ୍ ଆନନ୍ଦ ଓ ହର୍ଷ ଉଲ୍ଲାସରେ ବୁଧବାର ଦିନ ପାଳିତ ହୋଇଯାଇଛି l ସର୍ବପ୍ରଥମେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଭାରତ ମାତାଙ୍କ ଛବିରେ ପୁଷ୍ପ ମାଲ୍ୟାର୍ପଣ କରି ଶୁଭ ଆରମ୍ଭ କରିଥିଲେ l ତତ୍ପଶ୍ଚ୍ୟାତ୍ ଭାରତୀୟ ମଜଦୂର ସଂଘ ର ଝଣ୍ଡା ଉତ୍ତୋଳନ କରାଯାଇଥିଲା l ଏହି ଅବସରରେ ବଲାଣି ମଜଦୂର ସଂଘ ର ଟି କେ ଆଚାର୍ୟ, ନରେଶ ସିଂ , ରୁପକ ଦାସ, ଶିବ ପ୍ରସାଦ, ଜଗବନ୍ଧୁ ଆପଟ୍ଟ, ରମେଶ ଜେନା, ପି ଏଲ ଦଳେଇ ସହ ସଂଖ୍ୟାଧିକ ମଜଦୂର ସଂଘ ର ସଦସ୍ୟମାନେ ଉପସ୍ଥିତ ଥିଲେ l

Recent Comments

Leave Comments

Top