logo
add image
ଆର.ବି ହାଇସ୍କୁଲରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଆର.ବି ହାଇସ୍କୁଲରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ପଦ୍ମପୁର/ବରଗଡ/୨୩/୭.୨୦୨୫/ (ଆଧାର ମିଡ଼ିଆ//ଡିଲେଶ୍ୱର ବାଗ): ବୁଧବାର ରାଜବୋଡା ସମ୍ବର ଉଚ୍ଚ ବିଦ୍ୟାଳୟ ପଦ୍ମପୁର ରାଜବୋଡା ସମ୍ବର ପଂଚାୟତ ସମିତି ଆନୁକୂଲ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର କୁ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା ଓ ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ଦେବତା ଯୋଗଦେଇ ଶୁଭାରମ୍ଭ କରିଥିଲେ।ଏହି ଅବସରରେ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ଦିବ୍ୟାଙ୍ଗ ଆସି ବିଭିନ୍ନ ବିଭାଗର ଡାକ୍ତରଙ୍କ ଠାରେ ନିଜ ନିଜ ପରୀକ୍ଷା କରାଇଥିଲେ। ଡାକ୍ତରଙ୍କ ପରାମର୍ଶ ପରେ ସମସ୍ତ ଦିବ୍ୟାଙ୍ଗଙ୍କୁ ଅନଲାଇନ ମାଧ୍ୟମରେ ସାର୍ଟିଫିକେଟ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଏହି ଶିବିରରେ ଶ୍ରବଣ ବାଧିତ ୨୫ଜଣ, ଅସ୍ଥି ଶଲ୍ୟ ୩୩, ମେଡ଼ିସିନ ବିଭାଗ ୧୦ ଦୃଷ୍ଟି ବାଧିତ ୧୩, ମସ୍ତିଷ୍କ ପକ୍ଷାଘାତ ୧୦, ବସପାସ ୧୬ ପଞ୍ଜିକୃତ ହିତାଧିକାରୀଙ୍କ ପରୀକ୍ଷଣ ସହ ୨୦ ଜଣ ଙ୍କୁ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏବିଡ଼ିଓ ମେନକା ମେହେର,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅମିତ କୁମାର ମେହେର, ଏସଓ ସନ୍ତୋଷ କୁମାର ମେହେର, ଜେଏ ରମେଶ ଚନ୍ଦ୍ର ବରିହା, ପିଏ ସନ୍ତୋଷ କୁମାର ବେହେରା, ଏସିପି ରମେଶ କୁମାର ନାୟକ ଓ ବ୍ଲକର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Recent Comments

Leave Comments

Top