ବରଗଡ/୨୩/୦୭/୨୦୨୫/ଆଧାର ମିଡ଼ିଆ//ପାଠକ ବନ୍ଧୁ ଏ ଦୃଶ୍ୟଟି ହେଉଛି ବରଗଡ ଉପକଣ୍ଠ ବରଗଡ ପୌରପରିଷଦ ଅଧିନସ୍ଥ ୧୬ ନମ୍ବର ୱାର୍ଡ କପିଳେଶ୍ୱର ନଗରର ଦୃଶ୍ୟ.ଏହି ଦୃଶ୍ୟର ଅନତି ଦୂରରେ କପିଳେଶ୍ୱର ମହାଦେବଙ୍କ ମନ୍ଦିର ଅବସ୍ଥିତ.ଯେଉଁଠାକୁ ପ୍ରତେକ ଦିନ ଶତାଧିକ ଭକ୍ତ ଆସିଥାନ୍ତି ବାବାଙ୍କ ଦର୍ଶନ ପାଇଁ.ଆହୁରିମଧ୍ୟ ଏହି ଜାଗା ଉପରେ ଏକ ନଳକୂପ ଅଛି ଯେଉଁଥିରୁ ପ୍ରତ୍ୱେକଦିନ ଲୋକମାନେ ପାଣିନେଇ ପାନୀୟ ରୂପେ ବ୍ୟବହାର କରୁଥିବାର ନଜରକୁ ଆସୁଛି.ପ୍ରତେକ ଦିନ କପିଳେଶ୍ୱର ମହାଦେବ ମନ୍ଦିରକୁ ଭକ୍ତମାନେ ଅଳିଆ ଆବର୍ଜନା ପାଣି ପାଦରେ ମାଡି ଯିବା ଆସିବା କରୁଥିବାର ନଜରକୁ ଆସୁଛି.କିନ୍ତୁ ସ୍ଵଛ ଭାରତ ନାମରେ ସରକାରଙ୍କ ତରଫରୁ ଡୁଙ୍ଗୁରା ପିଟାଯାଉଛି.
ଖାଲି ନାମବଡା କାମଛୋଟା.ରୋର୍ଡ ଉପରୁ ଅର୍ଥାତ ଗଣପତି ହୋଟେଲ ନିକଟରୁ ସମସ୍ତ ପାଣି ଏହି ରାସ୍ତାଦେଇ ପଛ ଆଡକୁ ଯାଉଥିବାରୁ ଉକ୍ତ ସ୍ଥାନରେ ଅଳିଆ ଆବର୍ଜନା ପଡ଼ିରହି ଥିବାରୁ ପାଣି ପାସ କରିନପାରି ରାସ୍ତାରେ ଆଂଠୁଏ ଲେଖାପାଣି ଜମିରହୁଛି,ଦୀର୍ଘ ବର୍ଷହେଲା ରାସ୍ତାଟି ତିଆରି ହୋଇଥିଲେବି ଏହାର ରକ୍ଷଣା ବେକ୍ଷଣ ଅଭାବରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି କିଛି ସ୍ଥାନୀୟ ବାସିନ୍ଦା ଓ କିଛି ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି.ବରଗଡ ବିଧାୟକ ଶ୍ରୀଯୁକ୍ତ ଅସ୍ୟୁନି ଷଢଙ୍ଗୀଙ୍କୁ ଏହି ରାସ୍ତାରେ ଆସିବାପାଇଁ ସ୍ଥାନୀୟ ଜନତା ଦାବିକରିଛନ୍ତି.ବିଶେଷ ପରିତାପର ବିଷୟ ଏହିକିଯେ ଶ୍ରାବଣ ମାସ ଚାଲିଥିବାରୁ ବରଗଡ ଟାଉନ ବାହାରୁ ବହୁତ ବୋଲବମ ଭକ୍ତ ଉକ୍ତ ରାସ୍ତାରେ ଆସି ବାବାଙ୍କ ଉପରେ ପାଣି ଢାଳୁଥିବାରୁ ଏହି ରାସ୍ତାକୁ ଯଥା ସମ୍ଭବ ଯୁଧକାଳୀନ ଭିତିରେ ତିଆରି କରିବାକୁ ଉକ୍ତ ପଡ଼ା ବାସିନ୍ଦା ଏବଂ କିଛି ବୁଦ୍ଧିଜୀବୀ ଦାବି କରିଛନ୍ତି .
Recent Comments