logo
add image
ମହିଳାଙ୍କୁ ହତ୍ୟା ଅଭିଯୋଗ ପରେ ପିପିଲି ଥାନାରେ ସ୍ୱାମୀ ଅଟକ

ମହିଳାଙ୍କୁ ହତ୍ୟା ଅଭିଯୋଗ ପରେ ପିପିଲି ଥାନାରେ ସ୍ୱାମୀ ଅଟକ

ପିପିଲି/୨୪/୭/୨୦୨୫/(ଆଧାର ମିଡ଼ିଆ)- ପୁରୀ ଜ଼ିଲ୍ଲା ପିପିଲିରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ପାରିବାରିକ କଳହରୁ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଛି l ସେପଟେ ମୃତ ମହିଳାଙ୍କ ସ୍ୱାମୀଙ୍କୁ ପିପିଲି ପୋଲିସ ଥାନାରେ ଅଟକ ରଖିଛି l
ପୁରୀ ଜ଼ିଲ୍ଲା ପିପିଲି ଜସୁଆପୁର ଗ୍ରାମରେ ଅବିନାଶ ମହାନ୍ତିଙ୍କୁ ଭୁବନ ବ୍ଲକ ମଠକର ଗୋଳା ଗ୍ରାମର ସଂଘମିତ୍ରା ନାୟକ ୨୦୧୧  ମସିହା ଜୁଲାଇ ମାସରେ ପ୍ରେମବିବାହ କରିଥିଲେ l ବିବାହ ପରେ ପାରିବାରିକ ଅସାନ୍ତି ସଦାସର୍ବଦା ଦେଖା ଦେଇଥିଲା l ପରବର୍ତୀ ସଂଘମିତ୍ରା କନ୍ୟା ସନ୍ତାନ ଟିଏ ଜନ୍ମ ଦେଇଥିଲେ l ୭ ମାସର ଝିଅଟିଏ ହୋଇଥିବା ବେଳେ ପାରିବାରିକ କଳହରୁ ସଂଘମିତ୍ରା ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କର ମୃତଦେହ ମଙ୍ଗଳପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ପଡି ରହିଥିଲା l ତେବେ ଝିଅ ମରିଯାଇଥିବା ଖବର ମୃତ ମହିଳାଙ୍କ ଭାଇକୁ ଫୋନ ଯୋଗେ ଜଣାବାରୁ ମୃତ ମହିଳାଙ୍କ ମାଆ ଓ ବାପା ମଙ୍ଗଳପୁର ଡାକ୍ତର ଖାନାରେ ପହଞ୍ଚି ଝିଅ ମୃତ୍ୟୁ ହୋଇଥିବା ଦେଖି ପିପିଲି ଥାନାରେ ଅଭିଯୋଗ କରିଥିଲେ. ଅନ୍ୟ ପକ୍ଷେ ଜାଣିବାକୁ ମିଳିଛି ସକାଳୁ ମୃତ ମହିଳାଙ୍କ ସ୍ୱାମୀ ମୃତ ମହିଳାଙ୍କୁ ଥାନାକୁ ଆଣି ଥିବାବେଳେ ପିପିଲି ପୋଲିସ ପହଂଚି ଶବଟିକୁ ଜବତ କରିବା ସହିତ ପୁରୀରୁ ସାଇଣ୍ଟଫିକ ଟିମ ପହଂଚି ତଦନ୍ତ କରିବା ସହିତ ମୃତ ମହିଳାମୀ ଅବିନାଶ ମହାନ୍ତିଙ୍କୁ ଥାନାରେ ଅଟକ ରଖିଛି lମୃତ୍ୟୁ ବରଣ କରିଥିବା ମହିଳାଙ୍କ ଶବ ବ୍ୟବଛେଦ ରିପୋର୍ଟ ଆସିଲେ ଘଟଣାଙ୍କ ସ୍ୱାର ସତ୍ୟତା ଆସିପାରିବ ବୋଲି ପିପିଲି ଥାନା ଅଧିକାରୀ କହିଛନ୍ତ. ଯାହାକି ପିପିଲି ଥାନା କେଶ ନଂ 445/25 ମାମଲା ଆଗତ ହୋଇଛି.

Recent Comments

Leave Comments

Top