ବଡବିଲ/ ୨୪/୭/୨୫/(ଆଧାର ମିଡ଼ିଆ/ରାଜେନ୍ଦ୍ର ନନ୍ଦ)-କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ ମୋଡେନ୍ ହାଟିଂରେ ଗୁରୁବାର ଦିନ ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଯୁବକ ମୃତ୍ୟୁବରଣ ଘଟଣା ଘଟିଛି l ମୃତ୍ୟୁ ବରଣ କରିଥିବା ଯୁବକ ଉଦୟ ମହାକୁଡ଼ (୪୦) @(ଟରେ) ମୋଡେନ୍ ହାଟିଂର ନିବାସୀ ବୋଲି ଜଣା ପଡିଛି l ସୂଚନା ଅନୁସାରେ ଉଦୟ ମହାକୁଡ଼ର ଘର ଟିଣ ଛାତରେ ତିଆରି ଏବଂ ଛାତ ଉପରୁ ଘୋରୋଇ ବ୍ୟବହାର ପାଇଁ ଆସିଥିବା ବିଦ୍ୟୁତ୍ ତାର ଗୁଡ଼ିକ କିଛିଦିନ ପୂର୍ବରୁ ନଷ୍ଟ ହୋଇଯାଇଥିବାରୁ ଟିଣ ଛାତରେ ବିତ୍ୟୁତ୍ ପ୍ରବାହ ହେଉଥିଲା l ଏ ସମ୍ବନ୍ଧରେ ବିଦ୍ୟୁତ୍ ବିଭାଗର କର୍ମଚାରୀ ମାନଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଏହାକୁ ଅଣଦେଖା କରିଥିଲେ l
ଯାହା ଫଳରେ ଆଜି ଯୁବକଟି ଗାଧେଇ ଆସିବା ପରେ ଟିଣ ଛାତକୁ ହାତବାଜି ଯାଇଥିଲା l ତତକ୍ଷଣାତ୍ ବିଦ୍ୟୁତ୍ ସଂସ୍ପର୍ଶରେ ଜଳି ଯାଇଥିଲା l ସ୍ଥାନୀୟ ଲୋକଙ୍କ ସହାୟତାରେ ବଲାଣି ଡାକ୍ତଖାନାକୁ ନିଆଯାଇଥିଲା ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷିତ କରିଥିଲେ l ଶବ ବ୍ୟବଚ୍ଛେଦ ପାଇଁ ବାଲାଣି ପୋଲିସ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି l
ବିଦ୍ୟୁତ୍ ବିଭାଗର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପରିବାରକୁ ନଗଦ ୧୦,୦୦୦ ଟଙ୍କା ଦେବା ସହ ଠିକା ସଂସ୍ଥାରେ ମୃତ୍ୟୁ ଯୁବକର ପିଲାଙ୍କୁ ଚାକିରି ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି l ପ୍ରାୟ ୨ ବର୍ଷ ପୂର୍ବେ ଏହି ପରି ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ଏହି ଅଞ୍ଚଳର ଜଣେ ନାବାଳକର ମୃତ୍ୟୁ ଘଟିଥିଲା l ବାରମ୍ବାର ଏଭଳି ଘଟଣାର ସମ୍ମୁଖୀନ ହେଉଥିବାରୁ ସ୍ଥାନୀୟ ଲୋକମାନେ ଟାଟା କମ୍ପାନୀ ବିଦ୍ୟୁତ୍ ବିଭାଗ ବିରୁଦ୍ଧରେ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ପ୍ରକାଶ କରିଛନ୍ତି l
Recent Comments