କାକଟପୁର/୨୫/୭/୨୦୧୫/(ଆଧାର ମିଡ଼ିଆ//ତୁଷାର ଦୀକ୍ଷିତ ) କାକଟପୁର ଚନ୍ଦନ ବଜାର ସ୍ଥିତ ଅଗ୍ରଣୀ ବ୍ୟାଙ୍କ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ପରିସରରେ ବ୍ୟାଙ୍କ ଶାଖା ପରିଚାଳକ ସୁବ୍ରତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଗ୍ରାହକ ସେବା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବ୍ୟାଙ୍କର ଏହା ପ୍ରଥମ ସମ୍ମିଳନୀ ହୋଇଥିବା ବେଳେ ଆଜିର ବୈଠକରେ ବ୍ୟାଙ୍କର ଏକ ଶହରୁ ଉର୍ଦ୍ଧ ହିତାଧିକାରୀ ଯୋଗଦେଇ ବ୍ୟାଙ୍କରେ ବିଭିନ୍ନ ସରକାରୀ ଓ ବେସରକାରୀ ଯୋଜନା ପାଇବାରେ ଅନେକ ଅସୁବିଧା ହେଉଥିବା ପରିଚାଳକ ଶ୍ରୀ ମହାନ୍ତିଙ୍କୁ ପ୍ରଶ୍ନ କରିଥିଲେ l ବ୍ୟାଙ୍କ ପରିଚାଳକ ବିଭିନ୍ନ ଋଣ, କ୍ଷୁଦ୍ର ବ୍ୟବସାୟୀ ମାନଙ୍କ ପାଇଁ ଉପଲବ୍ଧ ବିଭିନ୍ନ ଯୋଜନା, ମହିଳା ହିତାଧିକାରୀଙ୍କ ପାଇଁ ସ୍ୱୟଂ ସିଦ୍ଧା ଋଣ ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ l ବିଗତ ଦିନରେ ଏହି ଶାଖା ସେବା ଦେବାରେ ବିଫଳ ହେଉଥିବା ଅଭିଯୋଗକୁ ଖଣ୍ଡନ କରି ହିତାଧିକାରୀଙ୍କୁ ସମସ୍ତ ଯୋଜନା ସୁବିଧାରେ ଯୋଗାଇ ଦେବାକୁ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ସମସ୍ତ କର୍ମଚାରୀ ସହଯୋଗ କରିଥିବାବେଳେ ଉପସ୍ଥିତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଓ ଗ୍ରାହକ ମାନଙ୍କ ପାଇଁ ଜଳପାନର ବ୍ୟବସ୍ଥା କରାଯାଇଥିଲା l
Recent Comments