logo
add image
ବିଷମକଟକ ଦ୍ୱାରା ଆଇନ୍ ସଚେତନତା କାର୍ଯ୍ୟକ୍ରମ।

ବିଷମକଟକ ଦ୍ୱାରା ଆଇନ୍ ସଚେତନତା କାର୍ଯ୍ୟକ୍ରମ।

ଵିଷମକଟକ/ ୨୬/୦୭/୨୦୨୫/(ଆଧାର ମିଡ଼ିଆ//କାଷିନାଥପାଳ)- ତାଲୁକ୍ ଆଇନ୍ ସେବା କମିଟି ବିଷମକଟକ ଦ୍ଵାରା ଆଇନ୍ ସଚେତନତା କାର୍ଯ୍ୟକ୍ରମ ଶିଶୁ ସୁରକ୍ଷା ଅଧିନିୟମ, ବାଧ୍ୟତାମୂଳକ ଶିକ୍ଷା ଅଧିନିୟମ, ଯୌନ ନିର୍ଯ୍ୟାତନା ନିବାରଣ ଅଧିନିୟମ, ହରିଜନ ଆଦିବାସୀ ଅଧିନିୟମ ଉପରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଆରିସା କାନି ଚାଟିକଣା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ତାଲୁକ୍ ଆଇନ୍ ସେବା କମିଟିର ଅଧ୍ୟକ୍ଷା ତଥା ସ୍ଥାନୀୟ କୋର୍ଟର ବରିଷ୍ଠ ଦେୱାନୀ ବିଚାରପତି ତଥା ସହକାରୀ ଦୌରାଜଜ୍ ଶ୍ରୀଯୁକ୍ତା ସୁନୀତା କୁମାରୀ ଖଣ୍ଡେଲ୍ ୱାଲ୍ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ କୋର୍ଟର ଅତିରିକ୍ତ ଜିଲ୍ଲା ଦୌରଜଜ୍ ଶ୍ରୀ ସିଦ୍ଧାର୍ଥ ସାହୁ ଯୋଗଦାନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ‌ସ୍ଥାନୀୟ ବିଷମକଟକ ବାର୍ ଏସୋସିଆସନ୍ ର ସରକାରୀ ଓକିଲ ଶ୍ରୀ ପ୍ରଶାନ୍ତ କୁମାର ରଥ, ଶ୍ରୀ ବଡ଼ କୁମାର ଗୌଡ଼ ତତ୍ ସହିତ ଲିଗାଲ୍ ଏଡ୍ ରିଟେନର୍ ଅଧିବକ୍ତା ଶ୍ରୀ ରାଜ୍ କିଶୋର ସାହୁ ଏବଂ ଓକିଲ ଶ୍ରୀ ବିଶିକେଶନ ଟାକ୍ରୀ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ତଥା ଅଧ୍ୟକ୍ଷ ଶ୍ରୀ ସୁରେନ୍ଦ୍ର ଆଚାର୍ଯ୍ୟ ଏବଂ ଶିକ୍ଷକବୃନ୍ଦ ସହଯୋଗ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Recent Comments

Leave Comments

Top