logo
add image
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ପଦ୍ମପୁର/୨୬/୦୭/୨୦୨୫/ (ଆଧାର ମିଡିଆ//ଡିଲେଶ୍ୱର ବାଗ): ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ପର୍ଯ୍ୟାୟରେ ଶିଶୁ ବାଟିକା ବିଭାଗ ଓ ପ୍ରାଥମିକ ବର୍ଗର ବିଜ୍ଞାନ ମେଳାରେ ୨୪୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏଥିରେ ଦିବା ପର୍ଯ୍ୟାୟ ପ୍ରମୁଖ  ମୁଦିରଥ ପଣ୍ଡା ଓ ପ୍ରାତଃ ପର୍ଯ୍ୟାୟ ପ୍ରମୁଖା ସୁଜାତା ତ୍ରିପାଠୀ ଶିଶୁ ବାଟିକା ବିଭାଗର ଭାଇଭଉଣୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
ସେହିପରି ବିଦ୍ୟା ମନ୍ଦିର ପରିସରରେ ମୁଖ୍ୟ ଅତିଥି ଭାବେ ସଂକୁଳ ପ୍ରମୁଖ ଡ଼ଃ ଦ୍ଵାଦଶ କୁମାର ପ୍ରଧାନ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ମାନଙ୍କୁ ଅନୁସନ୍ଧାନ ମୂଳକ ବୈଜ୍ଞାନିକ ଚିନ୍ତାଧାରା ଉପରେ ପ୍ରେରଣା ଦେଇ କୁନିକୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ । କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଘନଶ୍ୟାମ ପୁଞ୍ଜି ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।ଉପ ସଭାପତି ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ମିଶ୍ର ମଞ୍ଚାସୀନ ଥିଲେ ସମ୍ଭାଗ ବିଜ୍ଞାନ ପ୍ରମୁଖ ଶ୍ରୀମତୀ ମମତା ଗଡତିଆ ଉଦ୍ଦେଶ୍ୟ ଜ୍ଞାପନ ସହ ସୂଚନା ପ୍ରଦାନ କରିଥିଲେ। ରାଧାକାନ୍ତ ଗୁରୁଜୀ ସଂଯୋଜନା କରିଥିଲାବେଳେ ଶ୍ରୀଯୁକ୍ତ ପୁଞ୍ଜି ମାର୍ଗ ଦର୍ଶନ କରି ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ବର୍ଗରୁ ୮୬ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

Recent Comments

Leave Comments

Top