ସୁବର୍ଣ୍ଣପୁର/୨୫/୦୭/୨୦୨୫/(ଆଧାର ମିଡ଼ିଆ)-ସୋନପୁର କଲେଜର ଅନେକ ସମସ୍ଯା ସହ କଲେଜରେ କୋଟି କୋଟି ଟଙ୍କା ଦୁର୍ନୀତି ସହ କଲେଜରେ ଛାତ୍ରୀ ନିବାସ ନିର୍ମାଣ, ଛାତ୍ର ନିବାସର ନବୀକରଣ, ଲାଇବ୍ରେରୀକୁ ନୂତନ ବହି ଯୋଗାଣ, ଆବଶ୍ୟକ ସୁରକ୍ଷାକର୍ମୀ ନିୟୋଜନ ସହ କଲେଜରେ କିଛି କର୍ମଚାରୀ ବ୍ୟାପକ ଦୁର୍ନୀତିରେ ଲିପ୍ତ ବିରୁଦ୍ଧରେ ସୋନପୁର କଲେଜରେ ଏବିଭିପି ପକ୍ଷରୁ ଗୁରୁବାର ସକାଳୁ ଆମରଣ ଅନଶନ ସହ କଲେଜ ଫାଟକରେ ତାଲା ଦିଅଯାଇଥିଲା । କଲେଜ ଅଧ୍ୟକ୍ଷ ଯଦି ସମସ୍ୟାର ସମାଧାନ ନ କରିପାରିବେ ତାହେଲେ ସେ ଅଧ୍ୟକ୍ଷ ପଦରୁ ଓହୋରି ଯାଆନ୍ତୁ ବୋଲି ଏବିଭିପି ଛାତ୍ରନେତା ଅଧ୍ୟକ୍ଷଙ୍କୁ ଖୋଲା ଚେତାବନୀ ଦେଇଥିଲେ।
ସେପଟେ ଅତିରିକ୍ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀଙ୍କ ସହ ଅଧ୍ୟକ୍ଷ ଘଟଣାସ୍ଥଳକୁ ଆସି ଆନ୍ଦୋଳନ କାରୀଙ୍କୁ ବୁଝାସୁଝା କରିଥିଲେ କିନ୍ତୁ ଅଧ୍ୟକ୍ଷ ସନ୍ତୋଷ ଜନକ ଉତ୍ତର ଦେଇ ନ ପାରିବାରୁ ଏବିଭିପି କର୍ମକର୍ତ୍ତା ଜିଦ୍ରେ ଅଟଳ ରହି ଆନ୍ଦୋଳନ ଜାରି ରଖିଥିଲେ । କିନ୍ତୁ ଆଜି ସୋନପୁର କଲେଜର ପୂର୍ବତନ ଛାତ୍ରସଂଘର ହସ୍ତକ୍ଷେପ ପରେ ଅନଶନ ପ୍ରତ୍ୟାହୃତ କରିଛନ୍ତି ଏବିଭିପି ଛାତ୍ର ସଂଘ। ସଂଘର ଉପ ସଭାପତି ଗତିକୃଷ୍ଣ ମିଶ୍ର ଏବଂ ସଂପାଦକ ଭାରତ ଭୁଷଣ ଦାଶଙ୍କ ପ୍ରଚେଷ୍ଟାରେ ସୋନପୁର କଲେଜର ଛାତ୍ର ତଥା ଏବିଭିପି ଓଡିଶା ପଶ୍ଚିମର ରାଜ୍ୟ ସହ ସଂପାଦକ ଶୁଭମ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁମନ୍ତ ଜଗଦଲା, ଜିଲ୍ଲା ସଂଯୋଜକ ମିଲନ ସେଠୀଙ୍କ ସହ ଛାତ୍ରସଂଘ ଓ କଲେଜ ଅଧ୍ୟକ୍ଷଙ୍କ ସହ କଲେଜ ଅଧିକାରୀଙ୍କ ଦୀର୍ଘ ସମୟ ଧରି ଆଲୋଚନା ପର୍ଯ୍ୟଲୋଚନା ପରେ ଏବିଭିପି ଛାତ୍ର ସଂଘର ଉପଯୁକ୍ତ ଦାବୀ ଗୁଡିକ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ସାରିବା ପାଇଁ ଅଧ୍ୟକ୍ଷ ଲିଖିତ ପ୍ରତଶ୍ରୁତି ଦେଇଥିଲେ ।
ସେପଟେ ପୂରାତନ ଛାତ୍ର ସଂଘକୁ ସମ୍ମାନ ଜଣାଇ ଆଲୋଚନା ପରେ ଆନ୍ଦୋଳନ ରୁ ଓହରିବା ସହ ନିର୍ଦ୍ଦିଷ୍ଟ ସମୟ ସୀମାରେ ଦାବୀ ଯଦି ପୂରଣ ନ ହୁଏ ପୁଣି ଆନ୍ଦୋଳନ ଚେତାବନୀ ଦେଇଛନ୍ତି ଏବିଭିପି ଛାତ୍ର ସଂଘ। ସେପଟେ ଅଧ୍ୟକ୍ଷ ତଥା କଲେଜ ପରିଚାଳନା କମିଟି ପୂର୍ବତନ ଛାତ୍ର ସଂଘ କୁ ସାଧୁବାଦ ଜଣାଇଛି।
Recent Comments