ସୋନପୁର/୨୬/୦୭/୨୦୨୫/(ଆଧାର ମିଡ଼ିଆ)-ଆଜି ସକାଳ ଭୋର ୫.୩୦ ମି ରେ ଖବର କାଗଜ ବିତରଣ ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକର ବରିଷ୍ଠ ସାମ୍ବାଦିକ (ପ୍ରମେୟ ପ୍ରତିନିଧି ) ତଥା ଓଡ଼ିଶା ସାମ୍ୱାଦିକ ସଂଘ ର ଜିଲ୍ଲା ଉପଦେଷ୍ଟା ରାଜ କୁମାର ମାହାଣା (୭୬ )ଙ୍କ ବଲାଙ୍ଗୀର ମେଡିକାଲରେ ମୃତ୍ୟୁଘଟିଛି l ଏ ଖବରରେ ତରଭା ସୋନପୁର ବଲାଙ୍ଗୀର ଅଞ୍ଚଳ ସମେତ ସାରା ଓଡ଼ିଶାରେ ସାମ୍ୱାଦିକ ମହଲରେ ଶୋକ ଖେଳିଯାଇଛି l ସେ ଜଣେ ଅତିଭଦ୍ର, ସରଳ ,ନମ୍ର ସହ ଅମାୟିକ ବ୍ୟକ୍ତିତ୍ୱ ଓ ଖୁବ୍ ଲୋକ ପ୍ରୀୟତା ହାସଲ କରିଥିଲେ l ନିଷ୍ଠା ଓ ନିର୍ଭୀକତାର ସହିତ ସାମ୍ବାଦିକତା ବୃତ୍ତି ରେ ଶେଷଦିନ ଶେଷ ନିଃଶ୍ୱାସ ଯାଏ କାର୍ଯ୍ଯକରି ଆସିଥିଲେ l
ଶ୍ରୀ ମାହାଣା ଚାରିମାସ ପୂର୍ବରୁ ଗୁରୁତର ଅସୁସ୍ଥତା କାରଣରୁ ବିକାଶ ବରଗଡ଼ ମେଡିକାଲ୍ ରେ ଦୀର୍ଘଦିନ ଚିକିତ୍ସିତ ହୋଇ ଜୀବନ ମରଣ ସହ ବହୁ ସଂଘର୍ଷକରି ସୁସ୍ଥ ହୋଇଥିଲେ ଓ ପୁଣି ଏକ ନୂଆଁ ଜୀବନ ଯାପନ ଆରମ୍ଭ କରିଥିଲେ l ସଂଘ କର୍ମକର୍ତା ଓ ସୁବର୍ଣ୍ଣପୁରର ପ୍ରାକ୍ତନ ଏସ ପି ରାମ ପ୍ରସାଦ ସାହୁ ତାଙ୍କ ଘରକୁ ପହଞ୍ଚି ଆର୍ଥିକ ସହାୟତା ଯୋଗାଇ ଉତ୍ସାହିତ କରିଥିଲେ l ଆଜି ଏ ଖବରରେ ଓଡ଼ିଶା ସାମ୍ୱାଦିକ ସଂଘର ରାଜ୍ୟ ସଭାପତି ଶଶି ଭୂଷଣ ପ୍ରହରାଜ, ସମ୍ପାଦକ ଦୁର୍ଯୋଧନ ମହାରଣା ଉପ ସଭାପତି ଦୀପକ କୁମାର ନାଏକ, ସୁଶାନ୍ତ ମହାପାତ୍ର ,ରାକେଶ ଗୁପ୍ତା ରମଣୀ ରଞ୍ଜନ ଦାସ ,ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର,ମାହାଦେବ ମଲ୍ଲିକ, ସୁଭାଷ ପଣ୍ଡା ଗଭୀର ଶୋକ ପ୍ରକାଶ କରିଥିବା ବେଳେ ସୁବର୍ଣ୍ଣପୁର ସମେତ ସମସ୍ତ ଜିଲ୍ଲାର କର୍ମକର୍ତା ଶୋକ ପ୍ରକାଶ କରିଛନ୍ତି ଲ
ଓଡ଼ିଶା ସାମ୍ୱାଦିକ ସଂଘ ରାଜ୍ୟ ସାଂଗଠନିକ ସମ୍ପାଦକ ରାଜ କିଶୋର ତ୍ରୀପାଠୀ, ଜିଲ୍ଲା ଶାଖା ସଭାପତି ମନୋରଞ୍ଜନ ତ୍ରୀପାଠୀ, ଉପ ସଭାପତି ଵିବେକା ନନ୍ଦ ମିଶ୍ର, ମୁକେଶ ବଗର୍ତ୍ତୀ, ରାଜ୍ୟ କାର୍ଯ୍ଯ କାରିଣୀ ସଦସ୍ୟ ନୀଳ କମଳ ମିଶ୍ର, ସଂଘର ତରଭା ବ୍ଲକ ଶାଖାର ବରିଷ୍ଠ ସଦସ୍ୟ ମାନ ଭଞ୍ଜନ ମିଶ୍ର, କପିଳାସ ସେଠ, ଅନ୍ତର୍ଯ୍ୟାମୀ ସାହୁ, ବରିଷ୍ଠ ସାମ୍ବାଦିକ ଅଶୋକ ସାହୁ, କଲ୍ୟାଣ ପାଢ଼ୀ, ସମାଜ ସେବୀ ଜୟ ପ୍ରକାଶ ସାହୁ, ପୁଇନ୍ତଳା ବ୍ଲକ ଅଧ୍ୟକ୍ଷ ସରୋଜ୍ ପଧାନ, କେ ବି କେ ପ୍ରମେୟ ପରିବାରର ମୁଖ୍ୟ ଅଖିଳ ଚନ୍ଦ୍ର ହୋତା, ବଲାଙ୍ଗିର ପ୍ରମେୟ ସର୍ କୁଲେଶନ ମ୍ୟାନେଜର ବିଷ୍ଣୁ ଚରଣ ସାହୁ, ଜିଲ୍ଲା ପ୍ରତିନିଧି ମୁକେଶ ବହିଦାର , ଅମର ଜିତ୍ ବେହେରା, ସବ୍ ଏଡ଼ିଟର ସଂଗ୍ରାମ ମିଶ୍ର ଙ୍କ ସମେତ ତରଭା ସୋନପୁର ଓ ବଲାଙ୍ଗିର ଅଞ୍ଚଳ ର ବହୁ ସାମ୍ୱାଦିକ , ରାଜ ନେତା, ବୁଦ୍ଧିଜୀବୀ, ସମାଜସେବୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ମଶାନ ଘାଟରେ ଯୋଗ ଦେଇ ସ୍ୱର୍ଗୀୟ ଶ୍ରୀ ମାହାଣାଙ୍କ ଅନ୍ତିମ ଦର୍ଶନ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ l ଧର୍ମ ପତ୍ନୀ, ପୁଅ , ପୁତ୍ର ବଧୂ, ଦୁଇ ଝିଅ, ନାତି ନାତୁଣୀ ଶେଷ ଦର୍ଶନ କରି ଦୁଃଖ ରେ ଭାଙ୍ଗି ପଡ଼ିଥିଲେ l ତରଭା ବ୍ରିଜ ଶ୍ମଶାନ ଘାଟ ରେ ଶ୍ରୀ ମାହାଣାଙ୍କ ଅନ୍ତିମ ସଂସ୍କାର କରା ଯାଇଥିବା ବେଳେ ବଡପୁଅ ଜିତେନ୍ଦ୍ର ସାହୁ ମୁଖାଗ୍ନି ଦେଇଥିଲେ l
Recent Comments