logo
add image
ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର ଅନୁଷ୍ଠିତ ।

ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର ଅନୁଷ୍ଠିତ ।

ବଲାଙ୍ଗିର/ ୨୭/୦୭/୨୦୨୫/(ଆଧାର ମିଡ଼ିଆ)- ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଲିଟିଲ ଫ୍ଲାୱାର ସ୍କୁଲ, ବଲାଙ୍ଗିର ଠାରେ "ଆଇନ ଏବଂ କର୍ତ୍ତବ୍ୟ, ପୋକ୍ସୋ ଏବଂ ପୋସ ଆଇନର ବିଶେଷ ଉଲ୍ଲେଖ" ଉପରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାଧିକରଣର ଅଧ୍ୟକ୍ଷ ଡାଃ. ପବିତ୍ର ମୋହନ ସାମଲ ଯୋଗଦେଇ ଆଇନ ଓ କର୍ତ୍ତବ୍ୟ ସହିତ ଶିଶୁ ମାନଙ୍କ ଉପରେ ହେଉଥିବା ଯୌନ ଅତ୍ୟାଚାର ଏବଂ କର୍ମ କ୍ଷେତ୍ରରେ ମହିଳା ମାନଙ୍କ ଉପରେ ହେଉଥିବା ଯୌନ ଅତ୍ୟାଚାର ଓ ତାର ପ୍ରତିକାର ଉପରେ ଆଲୋକପାତ କରିଥିଲେ । ପରିବାର ଅଦାଲତର ଜଜ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକ “ପୋକ୍ସୋ ଓ ପୋସ” ଆଇନର ବିଭିନ୍ନ ପ୍ରକାରର ଦଣ୍ଡ ବିଧାନ ଉପରେ ଆଲୋକପାତ କରିଥିଲେ ।
 ଏହି ଶିବିରରେ ଜଜ ପୋକ୍ସୋ କୋର୍ଟ ସୁନନ୍ଦା ପାଢୀ “ପୋକ୍ସୋ” ଆଇନର ବିଭିନ୍ନ ଦିଗ ଉପରେ ସଚେତନତା କରାଇଥିଲେ ଓ ଜଜ ଜେଏମଏଫସି ଅର୍ଘ୍ୟରୂପା ମିଶ୍ର ପୋସ ଆଇନ ଉପରେ ଆଲୋକପାତ କରିବା ସହିତ ପୋସ ଆଇନରେ ଥିବା ବିଭିନ୍ନ କମିଟିର କାର୍ଯ୍ୟକାରୀତା ଉପରେ ଅବଗତ କରାଇଥିଲେ । ପ୍ରାଧିକରଣର ସଚିବ ଶ୍ରୀ ପବିତ୍ରାନନ୍ଦ ପ୍ରଧାନ ଆଇନ ସେବା ପ୍ରାଧିକରଣର କାର୍ଯ୍ୟକ୍ରମ ଓ ମହିଳା ଏବଂ ଶିଶୁ ମାନଙ୍କ ଉଦ୍ଧେଶ୍ୟରେ ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା)ର ବିଭିନ୍ନ ଯୋଜନା ଉପରେ ଅବଗତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ସ୍ୱାଗତ ଭାଷଣ ଦେବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ମଣିଷ ହେବାସହ ସମାଜସେବା କରିବାପାଇଁ ଉପଦେଶ ଦେଇଥିଲେ ।

Recent Comments

Leave Comments

Top